ଓଡିଆ ଅସ୍ମିତାକୁ ବିଧାୟକଙ୍କ କୁଠାରାଘାତ ! ପାଳନ ହୋଇପାରିଲାନି ଆଦିକବିଙ୍କ ଶ୍ରାଦେ୍ଧାତ୍ସବ

ତିର୍ତ୍ତୋଲରୁ ଶୁଶିଲ ମହାପାତ୍ର :  ମାଘ ସପ୍ତମୀ ତିଥି ଓଡ଼ିଆ ଅସ୍ମିତାର ବାର୍ତ୍ତାବହ ପ୍ରଥମ ଓଡିÿଆ ଭାଷାର ପ୍ରାଣ ପ୍ରତିଷ୍ଠାତା ଆଦିକବି ସାରଳା ଦାସଙ୍କ ପୂଣ୍ୟତିଥି ଶ୍ରାଦେ୍ଧାତ୍ସବ ଭାବେ ପାଳନ କରାଯାଏ । ୧୯୮୦ ଦଶକରେ ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ସ୍ଥାପିତ ହୋଇଥିଲା ଆଦିକବି ସାରଳା ଦାସ ମହାବିଦ୍ୟାଳୟ । ପ୍ରତିବର୍ଷ ମହାବିଦ୍ୟାଳୟ ପକ୍ଷରୁ ଆଦିକବି ସାରଳା ଦାସଙ୍କ ଶାଦେ୍ର୍ଧାତ୍ସବ ପାଳନ ସହିତ ସାରଳା ଦାସ କୃତ ସାହିତ୍ୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୁଏ । ଏଥିରେ ସାହିତ୍ୟ ପ୍ରେମୀ ବିଦ୍ୱାନ ବ୍ୟକ୍ତି, ଏବଂ ଗବେଷକ  ସାହିତ୍ୟ ଅନୁରାଗି ଶ୍ରୋତା କଲେଜ ଛାତ୍ରଛାତ୍ରି  ଯୋଗଦିଅନ୍ତି । ଏହି ଅବସରରେ ମାଟିର ମହାକବିଙ୍କୁ ମନେ ପକାଇଥାନ୍ତି ତିର୍ତ୍ତୋଲବାସୀ । କିନ୍ତୁ ପରିତାପର ବିଷୟ ଚଳିତ ବର୍ଷ ଆଦିକବି ସାରଳା ଦାସ କଲେଜରେ ଏହା ପାଳନ କରାଯାଇପାରିନି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଦିକବିଙ୍କର ସାଦେ୍ର୍ଧାତ୍ସବ ଏବଂ ସାହିତ୍ୟ ସଭା କରାଯିବା ପାଇଁ ଆୟୋଜନ କରାଯାଇଥିଲା  । କିନ୍ତୁ ଅତିଥି ଭାବେ ତିର୍ତ୍ତୋଲ ବିଧାୟକଙ୍କୁ ଡକାଯାଇ ନଥିବାରୁ ବିଧାୟକ ସହିତ ଛାମୁଁଆ କର୍ମୀ ମାନେ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ଉତ୍ସବ ବନ୍ଦ ପାଇଁ ତାଗିଦ କରିଥିଲେ । ଅଧ୍ୟକ୍ଷା ଉତ୍ସବ ପାଳନ ପାଇଁ ବିଧାୟକଙ୍କ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ବିଧାୟକ ଅନୁପସ୍ଥିତ କାରଣରୁ ଉତ୍ସବ ବାତିଲ କରାଯାଇଛି । ଏହା କେତେ ଦୁର ଠିକ୍ ହେଲା  । ଆମେ ସବୁଠି ଓଡ଼ିଆ ଅସ୍ମିତାର ବାର୍ତ୍ତା ଦେଉଥିବା ବେଳେ ଏବେ କ’ଣ ହେଲା । ପଞ୍ଚଦଶ ଶତାବ୍ଦିରେ ଜନ୍ମିତ କବି ଜଣେ ସାଧାରଣ ପରିବାର ଜନ୍ମିତ ହୋଇଥିଲେ ମଧ୍ୟ ଓଡିଆ ଅସ୍ମିତାକୁ ଗଜପତି ମହାରାଜା ସିକୃତି ଦେଇଥିଲେ  । ପ୍ରଥମେ ଓଡିଆ ଲିପିରେ ତାଳପତ୍ରରେ ଲେଖନୀ  ଦ୍ୱାରା ମୁଳ ସଂସ୍କୃତ ମହାଭାରତ କାହାଣୀଙ୍କୁ  ରଚନା କରିଥିଲେ  ।