ଜନଶୁଣାଣି ଅଭିଯୋଗ ସ୍ଥଗିତ
ଟାଙ୍ଗୀ-ଚୌଦ୍ୱାର : କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଉଚ୍ଛପଦା ପଂଚାୟତ ର କଡେଇ ଗ୍ରାମରେ ଜନଶୁଣାଣି ଅଭିଯୋଗ ହୋଇଛି । ସୂଚନା ମୁତାବକ ମହାଶକ୍ତି ନାମକ ସିମେଣ୍ଟ କମ୍ପାନୀ ଯାହାକି ବଇରୀ ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଛି ଏକ ରେଳ ସଂଯୋଗ କରିବା ପାଇଁ ଏକ ବ୍ରିଜ କଡେଇ ଗ୍ରାମ ଦେଇ ତିଆରି ହେଉଛି । ଏହି ରେଳ ବ୍ରିଜଟି କଡେଇ ଗ୍ରାମରେ ବସବାସ କରୁଥିବା ଆଦିବାସୀ ଅଧୁସୂଚିତ ଅଞ୍ଚଳବାସୀଙ୍କ ଜମି । ସ୍ଥାନୀୟ ଲୋକେ ଏହାକୁ ପୂର୍ବରୁ ବିରୋଧ କରିଆସୁଥିବା ବେଳେ, ଆଜିର ଏହି ଜନଶୁଣାଣିରେ ସ୍ଥାନୀୟ ଲୋକେ ସେମାନଙ୍କ ମତ ପ୍ରକାଶ କରିଥିଲେ । ଏଥିସହ ସ୍ଥାନୀୟ ଯୁବକଙ୍କ ପାଇଁ ଏହି କମ୍ପାନୀରେ ସେମାନଙ୍କ ଦକ୍ଷତା ମୁତାବକ ଚାକିରି ପ୍ରଦାନ, ଅଞ୍ଚଳରେ ଏକ ପୁଷ୍କରିଣୀ ନିର୍ମାଣ, ଏକ ଅତ୍ୟାଧୁନିକ ସ୍କୁଲ ଭଳି ଦାବି ଗୁଡିକ ଭଳି ଅଭିଯୋଗ ଜନଶୁଣାଣୀରେ ମତ ଦେଇଥିଲେ । ଯଦି ଏହି ଦାବି କମ୍ପାନୀ ପକ୍ଷରୁ ପୂରଣ କରା ନ ଯାଏ ତେବେ ଆଗକୁ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଏ ଘଟଣା ସମ୍ପର୍କରେ ଟାଙ୍ଗୀ ଚୌଦ୍ୱାର ବ୍ଲକ୍ର ଏବିଡିଓ ଶାଶ୍ୱତ ଜେନାଙ୍କ ମତାମତ ନେବାରୁ ସେ ସ୍ଥାନୀୟ ଲୋକଙ୍କ ଦାବି ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହିତ ଜନଶୁଣାଣି କାର୍ଯ୍ୟକ୍ରମ ବିଫଳ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁଯାଇ ଜନଶୁଣାଣି କାର୍ଯ୍ୟକ୍ରମ ସକାଳ ସମୟରେ ହେବାକୁ ଥିବାବେଳେ ଏହି କାର୍ଯ୍ୟକ୍ରମ କୁ ବିଳମ୍ବରେ କରିବା ଘଟଣା କୁ ସ୍ଥାନୀୟ ବ୍ଳକ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ରାଜ୍ୟ ସରକାର ଙ୍କ ନିୟମକୁ ନାମାନିବା ଘଟଣାକୁ ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି କ୍ଷ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ଦାସ, ଜିଲ୍ଲା ପରିଷଦ ଚିତ୍ତ ସାମଲ, କା ଚରଣ ସାହୁ, କଳିଙ୍ଗ କେଶରୀ ମହାନ୍ତିଙ୍କ ସମେତ ବହୁ ଆଦିବାସୀ ମହିଳା ଓ ଯୁବକ ଉପସ୍ଥିତ ଥିଲେ ।