ରତ୍ନବେଦୀକୁ ବାହୁଡ଼ିଲେ ଚତୁର୍ଦ୍ଧାମୂତ୍ତ

ସାରସକଣା 
ମୟୁରଭଞ୍ଜ ଜିଲ୍ଲା ଶୀର୍ଷା ଶୂନ୍ୟ ମାଧବଙ୍କ ବାହୁଡ଼ା ଯାତ୍ରା ସମାପନ ହୋଇଯାଇଛି  । ବିଦୁ୍ୟତ୍ ବିଭାଗ କର୍ମଚାରୀ, ଝାର୍ ପୋଖରିଆ ଥାନାଧିକାରୀଙ୍କ ସହ ପୋଲିସ ବାହିନୀ, ସୀମାନ୍ତ କଲେଜର ଜାତୀୟ ସେବା ଯୋଜନା ଓ ସଂସ୍ଥାର ବିଦ୍ୟାର୍ଥୀମାନେ ରଥ ଟଣାରେ ସହଯୋଗ କରିଥିଲେ  । ପ୍ରଥମେ ମାଉସୀ ମା ମନ୍ଦିର ପାଖରୁ ଅଧ କି.ମି କେବଳ ମହିଳାମାନେ ରଥ ଟାଣିବା ପରେ ପୁରୁଷମାନେ ରଥ ଟାଣିଥିଲେ  । ମାଉସୀ ବାଡ଼ି ଅଞ୍ଚଳର ଭକ୍ତମାନେ ଶ୍ରୀ ଜିଉଙ୍କ  ଘର ବାହୁଡ଼ା ପାଇଁ କିଛି ଗୁଡ଼ଲଡ଼ୁ ରଥ ସହ ଦେଇଥିଲେ  । ଯାହା ରଥ ପହଞ୍ଚିଲା ପରେ କମିଟି ମନୋନୀତ ସଦସ୍ୟମାନେ ଉପସ୍ଥିତି ଜନସଧାରରଣଙ୍କ ମଧ୍ୟରେ ବିତରଣ କରିଥିଲେ  । ଏହି ନୀତି ପରେ ଭକ୍ତମାନେ ଦାରୁ ବ୍ରହ୍ମଙ୍କୁ ଦର୍ଶନ ଓ ପୂଜାସେବା କରିଥିଲେ  ।
ବାଲିଅନ୍ତା
ପୁରୁଣାଜଗନ୍ନାଥ ସଡକ ହିରାପୁର ସ୍ଥିତ ଗଡକଣ୍ଟୁଣିଆ ନିକଟରେ ସ୍ଥାପିତ ସୁଦର୍ଶନ ଦାରୁସ୍ଥଳୀରେ ବାହୁଡାÿଯାତ୍ରା ସମାପନ ହୋଇଛି । ପ୍ରତୁ୍ୟଷରୁ ମାଉସୀମା ମନ୍ଦିର ରଥିଜେମା ସ୍ଥିତ ମା'ଭଗବତୀ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ମା' ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ଆଦି ଚତୁର୍ଦ୍ଧାମୂର୍ତ୍ତିଙ୍କ ଯଥା ରୀତିନୀତି ଅନୁସାରେ ନୀତିକ୍ରାନ୍ତି କରାଯାଇଥିଲା । ପୂର୍ବାହ୍ନ ପ୍ରାୟ ୧୦ ଟାରେ ଶ୍ରୀ ବିଗ୍ରହଙ୍କୁ ପହଣ୍ଡି ବିଜେ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୁଢ କରାଯାଇଥିଲା । ରାଜା ନବକିଶୋର ନାୟକ ଛେରାପହଁରା କରିବା ପରେ ରଥ ଟଣା ଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ରଥ ଟାଣିଥିଲେ । କାର୍ଯ୍ୟକ୍ରମକୁ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତଥିଲେ ।
ବାଣପୁର
ବାଣପୁର ଅଞ୍ଚଳର ଆରାଧ୍ୟ୍ୟ ରଂକନାଥ ଦେବଙ୍କ ବାହୁଡା ଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି । ସକାଳୁ ସୂର୍ଯ୍ୟ ପୂଜାସହ ଅବକାଶ ନୀତି ପରେ ଖେଚୁଡି ଧୁପ ହୋଇ ଗୋଟି ଫହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତି ରଥରେ ଆହୋରଣ କରିଥିଲେ । ପାଗ ଅନୁକୂଳ ଥିବାରୁ ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ହୁଳହୁଳି ହରିବୋଲ ଘଣ୍ଟ କାହାଳି ବାଦ୍ୟ ମଧ୍ୟରେ ମନ୍ଦିରକୁ ପ୍ରତ୍ୟାଗମନ କରିଥିଲେ । ପାରିକୁଦ ରାଜା ସନ୍ତୋଷ ମରଦରାଜ ମାନସିଂହ ଛେରା ପହଁରା କରିଥିଲେ । ବାଟରେ ମାଉସୀ ମା ମନ୍ଦିର ଠାରେ ପୋଡ଼ ପିଠା ଭୋଗ ହୋଇଥିଲା । ରଘୁନାଥ ସାହି ରାସ ମଣ୍ଡପ ଠାରେ ଲଷ୍ମୀ ନାରାୟଣ ଭେଟ ହୋଇଥିଲା । ବାଣପୁର ଗୋଦାବରୀଶ କଲେଜ ଛାତ୍ରଛାତ୍ରୀ ଓ କେତେକ ସ୍ୱଚ୍ଛାସେବୀ ସହଯୋଗ କରିଥିବା ବାଣପୁର ଥାନା ଅଧିକାରୀ ରମେଶ ଦେବତା ସଦଳ ବଳେ ଶୃଙ୍ଖଳା ରକ୍ଷା କରିଥିଲେ । ଅନୁରୂପ ଭାବରେ ପଲଟନ ପଡିଆରେ ଶ୍ରୀ ଚରଣ ଚକାଦେବଙ୍କ ବାହୁଡା ଅନୁଷ୍ଠିତ ହୋଇଛି । ଭାଟପଡା ଦଳବେହେରା ମାନବେନ୍ଦ୍ର ମହାରଥା ଛେରା ପହଁରା କରିଥିଲେ ।
ଜଟଣୀ
ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ଗ୍ରାମରେ ଅବସ୍ଥିତ ମହାପ୍ରଭୁ ଶ୍ରୀ ଦଧିବାମନଙ୍କ ବାହୁଡ଼ାଯାତ୍ରା ଧୂମ୍ଧାମ୍ରେ ପାଳନ  ହୋଇଛି । ଠାକୁର ରାଜା ରମାକାନ୍ତ ଦାସ ଛେରାପହଁରା କରି ଯାତ୍ରା ଆରମ୍ଭ କରିଥିଲେ । ଅପରାହ୍ନ ଚାରିଟାରେ ରଥଟଣା ଆରମ୍ବ ହୋଇ ସନ୍ଧ୍ୟା ସାତଟାରେ ଶ୍ରୀ ମନ୍ଦିରରେ  ଲାଗିଥିଲା, ଆସନ୍ତାକାଲି ସଂଧ୍ୟାରେ ସୁନାବେଶ ଅନୁଷ୍ଠିତ ହେବ କ୍ଷ ଭକ୍ତଙ୍କ ମନୋରଞ୍ଜନ ପାଇଁ ଭଜନସାମାରୋହ ଆୟୋଜନ କରାଯାଇଛି କ୍ଷ ସୋମବାର ସଂଧ୍ୟାରେ  ଅଧର ପଣା ଲାଗି ହେଲାପରେ ମଙ୍ଗଳ ବାର ମହାପ୍ରଭୁ ନୀଳାଦ୍ରିବିଜେ ହେବେ ବୋଲି କମିଟି ମୁଖ୍ୟ ଦିପ୍ତୀରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତି । ଏହି ଯାତ୍ରାକୁ ନିହାର ରଞ୍ଜନ ପଣ୍ଡା, ରଞ୍ଜନ ପଣ୍ଡା, ସୁଧୀର ରଞ୍ଜନ ପଣ୍ଡା, ମନୋରଞ୍ଜନ ପଣ୍ଡା, ପ୍ରଦୀପ ପଣ୍ଡା, ରାଜା ପଣ୍ଡା, ସିପା ପଣ୍ଡା, ଚନ୍ଦ୍ରଶେଖର ପଣ୍ଡା ଓ ଏଲଡି ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । 
ପରିବେଶର ବାର୍ତ୍ତା ବାଣ୍ଟିଲା ନୀଳଚକ୍ର ୟୁଥ୍ କ୍ଲବ୍
ପାରାଦୀପ
ରଥଯାତ୍ରାରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ଚର୍ଚ୍ଚାରେ ପାରାଦୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ନୀଳଚକ୍ର ୟୁଥ୍ କ୍ଲବ୍ । ବାହୁଡା ରଥଯାତ୍ରାରେ ସଙ୍ଗଠନ ପକ୍ଷରୁ ୩ ହଜାର ଗଛ ଚାରା ବଣ୍ଟନ କରାଯାଇଛି । ଗତ ୮ ବର୍ଷ ହେଲା ନୀଳଚକ୍ର ୟୁଥ୍ କ୍ଲବ୍ ପାରାଦୀପ ଅଞ୍ଚଳର ସମୁଦ୍ର କୂଳ, ମହାନଦୀ କୂଳ ଓ ଅଠରବାଙ୍କି ନଦୀ ଧାରରେ  ବିଲୁପ୍ତ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛି । ପ୍ରତି ମାସରେ ୨୬ ପ୍ରକାରର ଲୁଣା ଗଛ ଚାରା ରୋପଣ କରାଯାଉଛି । ଯାହା ସ୍ଥାନୀୟ ଅଞ୍ଚଳରେ ଜୈବ ବିବିଧତାକୁ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି । କାର୍ଯ୍ୟକ୍ରମରେ କ୍ଲବ୍ ଉପଦେଷ୍ଟା ଅମରେଶ ନରେଶ ସାମନ୍ତ, ବିଶ୍ୱଭୂଷଣ ରାଉତରାୟଙ୍କ ଉପସ୍ଥିତିରେ ପ୍ରଜାପିତା ବ୍ରହ୍ମା କୁମାରୀ ସଂଗଠନର ଭଉଣୀ ସୁମନ, ସମିତା ଭଉଣୀ, ମମତା ଭଉଣୀ, ଅନାମିକା ଭଉଣୀ, ସିକାନ୍ତ ଭାଇ ଓ ସରତ ଭାଇ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । କ୍ଲବ୍ ସଭାପତି ଦେବ ମଣ୍ଡଳ ସମସ୍ତ କାର୍ଯ୍ୟକୁ ଦାୟୀତ୍ୱର ସହିତ ସମ୍ପାଦନ କରିଥିବା ବେଳେ, କ୍ଲବ୍ର ସଦସ୍ୟ ବଳରାମ ରାଉତ, ରାକେଶ ସାହୁ, ଗୌରବ ରାଉତରାୟ, ରାଜେଶ ସାହୁ, ପ୍ରକାଶ ଚନ୍ଦ୍ର ବାରିକ, ମୁନି ଛାଟୋଇ, ଆୟୁଷ୍ମାନ ସ୍ୱାଇଁ, ସଚିନ ଗୋଚ୍ଛାୟତ ପ୍ରମୁଖ ଚାରା ବଣ୍ଟନ କରାଇଥିଲେ ।
ଢ଼େଙ୍କାନାଳ 
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ଆଞ୍ଚଳିକ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ପୂଜକ ଆଚାର୍ଯ୍ୟ ଅମରେନ୍ଦ୍ର ନନ୍ଦ ରଥରେ ଛେରାପହଁରା କରିଥିଲେ  । ପୂଜକ ଅଦ୍ୱେତ ହୋତା, ମୁରଲୀଧର ଶତପଥି, ରୁଚିର ପାଳ, ଅଜିତ୍ ଶତପଥି, ଗୌରାଙ୍ଗ ମିଶ୍ର ପ୍ରମୁଖ ପୂଜାନୀତି ପରିଚାଳନା କରିଥିଲେ  । ଡାହୁକ ସଞ୍ଜୟ ରଥରେ ଡାକଦେବା ପରେ ରଥଟଣା ଆରମ୍ଭ ହୋଇଥିଲା  । ଯୋରନ୍ଦା ଆଞ୍ଚଳିକ ଯୁବଗୋଷ୍ଠୀ ପକ୍ଷରୁ ସୁନିଲ ନାୟକଙ୍କ ନେତୃତ୍ୱରେ ନୃତ୍ୟ ପରିବେଷଣ ହୋଇଥିଲା  । ଜାମୁଶରା ଛକ ଠାରେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥିଲା  । ଗଁଦିଆ ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ ଏବଂ ଫାଣ୍ଡି ଅଧିକାରୀ ମାଗୁଣି ଗଡ଼ନାୟକ, ସୁଧାଂଶୁ ଶେଖର ରାଉତ ଓ ନୀରୋଦ ଚନ୍ଦ୍ର ସାମଲ ଧାରା ବିବରଣୀ ପ୍ରଚାର କରିଥିବା ବେଳେ, ମନ୍ଦିର ପରିଚାଳନା କମିଟି ସଭାପତି ଯୁଧିଷ୍ଠିର ମହାନ୍ତି, ସଭ୍ୟ ଡମ୍ବରୁଧର ବେହେରା, ପଞ୍ଚାନନ ସ୍ୱାଇଁ, ରଥଯାତ୍ରା କମିଟି ସମ୍ପାଦକ ଶରତ ରାଉତ, ସଭ୍ୟ ରଞ୍ଜନ ନାୟକ, ସଞ୍ଜୟ ବିଶ୍ୱାଳ, ପୀତବାସ ରାଉତ, ପ୍ରକାଶ ରାଉତ, ନେତ୍ରାନନ୍ଦ ରାଉତ, ପ୍ରସନ୍ନ ରାଉତ, ମହାଦୀପ ଯଶୋବନ୍ତ ମହିମା, ଭୀମସେନ ନାୟକ, ଅରୁଣ ସାହୁ, ଚକ୍ରଧର ରାଉତ, ଆନନ୍ଦ ମହାନ୍ତି, ବ୍ରଜକିଶୋର ରାଉତ, ରଞ୍ଜିତ ରାଉତ, ଧର୍ମାନନ୍ଦ ରାଉତ, କମଳ ବେହେରା, ବିଦ୍ୟାଧର ବେହେରା, ବସନ୍ତ ପାତ୍ର, ଶରତ ପ୍ରଧାନ, ଅଶୋକ ରାଉତ ପ୍ରମୁଖ ପରିଚାଳନା କରିଥିଲେ  । 
ପଟ୍ଟାମୁଣ୍ଡାଇ
ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ରଥଯାତ୍ରା ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ମା ସୁଭଦ୍ରାଙ୍କର ଯଥାବିଧି ପୂଜାର୍ଚ୍ଚନା କରିଥିଲେ । ସୁସଜ୍ଜିତ ରଥରେ ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ରଥାରୁଢ଼ କରାଯାଇଥିଲା । ମୁଖ୍ୟପୂଜକ ମୃତୁ୍ୟଞ୍ଜୟ ପାଢ଼ୀଙ୍କ ନେତୃତ୍ୱରେ ହରପାର୍ବତୀ ମନ୍ଦିରରୁ ଆଜ୍ଞଓମାଳ ଆସିବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ମାଉସୀ ମା ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଫେସର ଅର୍ଜୁନ ନାୟକ, କୁଳମଣି ସାହୁ ଓ ଦେବବ୍ରତ ମହାନ୍ତି, ବାବନ ସାହୁଙ୍କ ସମେତ ପରିଚାଳନା କମିଟି ସଦସ୍ୟଙ୍କ ସହଯୋଗରେ ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ ପ୍ରଭୁଙ୍କ ରଥରେ ଛେରାପହଁରା କରିଥିବାବେଳେ, ସଦସ୍ୟ ବିଦ୍ୟାଭୂଷଣ ପାଠୀ, ସମ୍ପାଦକ ନରହରି ଲେଙ୍କା, କୋଷାଧ୍ୟକ୍ଷ ସୁକଦେବ ସ୍ୱାଇଁ ସଭ୍ୟ ବୀଜ୍ୟ ମହାନ୍ତି, ତ୍ରିଲୋଚନ ସୁତାର, ଇଶ୍ୱର ଲେଙ୍କା ଦଇତାପତି ସଂଘ ସଭାପତି ସମେତ ବହୁ ସଦସ୍ୟ ସହଯୋଗ କରି ବାହୁଡା ଯାତ୍ରା ଯଥାବିଧି ଆରମ୍ଭ କରିଥିଲେ ।
ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଳତରେ ନୀଳମାଧବ ଜିଉଙ୍କରଥ ବାସୁଦେବଙ୍କ ନିକଟ ମାଉସୀ ମା ମନ୍ଦିର ରଥ ଟଣା ଯାଇଥିଲା । ନୀଳମାଧବ ଜିଉଙ୍କ ରଥରେ ବିବେକାନନ୍ଦ ପ୍ରଧାନ ଛେରା ପଂହଁରା କରିଥିବାବେଳେ, ସଭାପତି ଲଲିତ ଦାସ ମୋହାପାତ୍ର, ବିରୁଆ ପ୍ରଧାନ, ସନାତନ ବିଶ୍ୱାଳ, କାଉନସିଲର ଗୋପୀବଲ୍ଲବ ନାୟକ, ତ୍ରିଲୋଚନ ପଣ୍ଡା ମୁଖ୍ୟ ପୂଜକ ନବକୀଶୋର ପଣ୍ଡା, ରାଜକିଶୋର ତ୍ରିପାଠୀ ଉପସ୍ଥିତ ଥିଲେ । ଅଳପୁଆ, ଅମୃତମଣୋହି, ବଲୁରିଆ ତନୁପୁର, ମାଳିପୁର, ବଡ଼ପଡା, ନୀଳକଣ୍ଠପୁର ଆଦି ବିଭିନ୍ନ ଅଂଚଳରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି ।
ନାଉଗାଁ
ବାହାରିନର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ‘ବାହାରିନ ଓଡ଼ିଆ ସମାଜ’ ଘୋଷ ଯାତ୍ରା ପର୍ବର ଶେଷ ଦିବସ ବାହୁଡା ଯାତ୍ରା ପାଳନ କରିଛନ୍ତି । ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ଦେଇ ରଥ ଟାଣିଥିଲେ । ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେଲା ପରେ ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇଥିଲେ । ବାହାରିନ ଓଡ଼ିଆ ସମାଜ ର ସଭାପତି ରାମଚନ୍ଦ୍ର ସାହୁ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । ସାଧାରଣ ସମ୍ପାଦକ ଶାନ୍ତନୁ ସେନାପତି, ଯୁଗ୍ମ ସମ୍ପାଦକ ଶାରଦା ପ୍ରସାଦ ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦିକା ଅଙ୍କିତା ନାୟକ, କୋଷାଧ୍ୟକ୍ଷ ପ୍ରିୟଦତ୍ତ ରାୟ , କ୍ରୀଡା ସମ୍ପାଦକ ଅମରେଶ ପଣ୍ଡା ଏବଂ ଜନ ସମ୍ପର୍କ ସମ୍ପାଦକ ଅମରନାଥ ସୁବୁଧି ସମସ୍ତ ଭକ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଦେଶରେ ରଥ ଯାତ୍ରା ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବ ର ବିଷୟ ବୋଲି କହିଥିଲେ । ବାହାରିନରେ ରଥ ଯାତ୍ରା ଉତ୍ସବ ୯ ଦିନ ଧରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ପାଳନ କରାଯାଏ । ରାଧା ଗୋପାଳକୃଷ୍ଣ ମନ୍ଦିରର ସଭାପତି ପ୍ରଶାନ୍ତ ମହାନ୍ତି ଏବଂ ଅନୁଷ୍ଠାନ ସଦସ୍ୟ କିଶୋର ଦାସ, ବିଷ୍ଣୁପ୍ରସାଦ ମହାନ୍ତି, ଦିନେଶ ମହାନ୍ତି, ଭକ୍ତହରି ଅଗସ୍ତି ବାହାରିନରେ ରଥଯାତ୍ରା ପାଳନ କରିବା ପ୍ରଭୂ ଜଗନ୍ନାଥଙ୍କ ଲୀଳା ଓ କରୁଣା ବୋଲି କହିଥିଲେ ।
ଖଣ୍ଡପଡ଼ା
ଖଣ୍ଡପଡ଼ା ସହର ସମେତ ଖଳିସାହି, ମର୍ଦ୍ଦରାଜପୁର ଗ୍ରାମରେ ମହାପ୍ରଭୁଙ୍କର ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ଗୁଣ୍ଡିଚାଘରେ ବିଗ୍ରହମାନଙ୍କ ପହୁଡ ଫିଟିବା ପରେ ସେବାସୀମାନେ ବିଗ୍ରହଙ୍କୁ ରଥକୁ ପହଣ୍ଡି ବିଜେ କରାଇଥିଲେ । ପରେ ରଥ ଚାରି ପାଖରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା । ଶହଶହ ଶ୍ରଦ୍ଧାଳୁ ଭକ୍ତ ରଥାରୂଢ ବିଗ୍ରହମାନଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କର ରଥ ଟାଣିବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭକ୍ତମାନେ ୨ଟି ଯାକ ରଥକୁ ଖଣ୍ଡପଡ଼ା ସହରର କିଛି ବାଟ ପର୍ଯ୍ୟନ୍ତ ଟାଣିଥିଲେ । ଖଣ୍ଡପଡ଼ା ସହରରେ ପ୍ରତିବର୍ଷ ୩ଦିନ ଧରି ମହାପ୍ରଭୁଙ୍କର ବାହୁଡା ଯାତ୍ରା  ଅନୁଷ୍ଠିତ ହୋଇଥାଏ । ସଂନ୍ଧ୍ୟା ଆଳତି ସମୟରେ ରଥ ଉପରେ ବିଗ୍ରହମାନଙ୍କ ନିକଟରେ ଅଧରପଣା ଲାଗି କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ରଥ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଆସନ୍ତା ସୋମବାର ଅପରାହ୍ନରେ ଲକ୍ଷ୍ମୀ ନାରାୟଣ ଭେଟ ସହ ମହାପ୍ରଭୁଙ୍କର ପବିତ୍ର ବାହୁଡା ଯାତ୍ରା ଶେଷ ହେବ ।
ମାଲକାନଗିରି
ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଭକ୍ତମାନଙ୍କ ଦର୍ଶନ ନିମନ୍ତେ ନଅ ଦିନ ଧରି ଆଡ଼ପ ମଣ୍ଡପରେ ଦର୍ଶନ ଦେବା ପରେ ରତ୍ନ ବେଦୀକୁ ବାହୁଡ଼ିଛନ୍ତି  । ଯାହାକୁ ନେଇ ସାରା ବିଶ୍ୱରେ ପାଳନ ହୋଇଛି ପବିତ୍ର ବାହୁଡ଼ା ଦଶମୀ  । ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଧୂମଧାମରରେ ପାଳିତ ହୋଇଯାଇଛି  । ଶାନ୍ତି ଶୃଙ୍ଖଳାର ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଯାତ୍ରା ସମାପ୍ତ ହୋଇଛି  । ଏହି ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଦୁର୍ଗାଗୁଡ଼ି ସାହିରେ ମାଉସୀ ମା’ ମନ୍ଦିର ପରିସରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡିକରି ରଥକୁ ଆଣିବା ସହ ନୀତିକାନ୍ତି ପରେ ମନ୍ଦିର ଅଭିମୁଖେ ଅଣା ଯାଇଥିଲା  । ସେହିପରି ସଦର ମହକୁମା ବନ ବିଭାଗ ଦ୍ୱାରା ପରିଚାଳିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା  । ସୁବାଷ ବୋଷ ଛକ ନିକଟରେ ଥିବା ମାଉସୀ ମା ମନ୍ଦିରରୁ ଦିଅଁମାନଙ୍କୁ ରଥରେ ବିଜେ ପରେ ମନ୍ଦିରକୁ ଅଣା ଯାଇଥିଲେ  । ସେହିପରି ଜିଲ୍ଲାର ଗୋବିନ୍ଦପାଲି, ମୋଟୁ, ବଣ୍ଡାଘାଟି, କାଲିମେଳା, ବାଲିମେଳା, ଖଇରପୁଟ ସହ ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ବାଲେଶ୍ୱର
ଶ୍ରୀଶ୍ରୀ ଜଗନ୍ନାଥଙ୍କର ପବିତ୍ର ବାହୁଡ଼ାଯାତ୍ରା ସହଦେବଖୁଣ୍ଟା ସ୍ଥିତ ବ୍ୟାସକବି ନଗରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୋଶାଳା ସ୍ଥିତ ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ପବିତ୍ର ରଥଯାତ୍ରା ଅବସରରେ ବ୍ୟାସକବି ନଗରସ୍ଥିତ ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମନ୍ଦିର ପରିସରରେ ନିର୍ମିିତ ମାଉସୀ ମା’ ମନ୍ଦିରକୁ ବିଜେ କରିଥିଲେ । ଦୀର୍ଘ ନବଦିନ ବ୍ୟାପି ଲୀଳା ସଂପନ୍ନ କରି ଶନିବାର ଅପରାହ୍ନରେ ଶ୍ରୀମନ୍ଦିରକୁ ଯାତ୍ରା କରିଥିଲେ । ସ୍ଥାନୀୟ ଅଧିବାସୀ ଓ ଶହଶହ ଶ୍ରଦ୍ଧାଳୁମାନେ ମହାପ୍ରସାଦ ସେବନ ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କୁ ଛେନାପୋଡ଼ ଭୋଗ ଲାଗୁ ପରେ ଶ୍ରଦ୍ଧାଳୁମାନଙ୍କୁ ତାହା ବଣ୍ଟନ କରାଯାଇଥିଲା । ମହାପ୍ରଭୁଙ୍କର ନବଦିନ ଯାତ୍ରା ମହାସମାରୋହରେ ପାଳନ ପାଇଁ ସହଯୋଗ କରିଥିବା ଭକ୍ତମାନଙ୍କୁ ବ୍ୟାସକବି ନଗର ବିକାଶ ପରିଷଦ ଓ ରୟାଲ୍ କମୁ୍ୟନିଟି ସେଣ୍ଟର ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।