ବିଦୁ୍ୟତ ଟ୍ରାନ୍ସଫର୍ମର ବିପଦସଙ୍କୁଳ

 କବାଟବନ୍ଧ: କୁଆଖିଆ ବିଦୁ୍ୟତ୍ ଡିଭିଜନ କବାଟବନ୍ଧ ସେକ୍ସନ ତାଳଜଙ୍ଗ ପଞ୍ଚାୟତ ଅଧୀନ ତାଳଜଙ୍ଗ ଦଳିତ ସାହି ୫ ନମ୍ବର ୱାର୍ଡÿ ଗାଁ ପାଖରେ ଥିବା ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହାର ଚତୁଃପାର୍ଶ୍ୱରେ ସୁରକ୍ଷାବାଡ଼ ନଥିବା ବେଳେ ଅସୁରକ୍ଷିତ ଭାବରେ ଟ୍ରାନ୍ସଫର୍ମର ରହିଛି । ଏଠାକୁ ବିଭିନ୍ନ ସମୟରେ ଗୃହପାଳିତ ପଶୁ ଏବଂ ଜୀବଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଆସି ବିଦୁ୍ୟତ ସଂସ୍ପର୍ଶରେ ଆସି ମୃତୁ୍ୟ ମୁଖରେ ପଡ଼ିବାର ଆଶଙ୍କା ରହିଛି । ତେବେ ବିଦୁ୍ୟତ ଟ୍ରାନ୍ସଫର୍ମରର ଅତି ପାଖରେ ଥିବା ହେତୁ ବିପଦ ଆସିପାରେ ବୋଲି ମତପ୍ରକାଶ ପାଉଛି । ତାଳଜଙ୍ଗ ଦଳିତ ସାହି ଗାଁ ଲୋକେ ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ସମସ୍ୟାର ସୁଧାର ଆଣିବା ପୂର୍ବକ ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ବାଡ଼ ସହିତ ପାଚେରୀ ନିର୍ମାଣ କରିବାକୁ ଦାବି କରିଛନ୍ତି ।