ସୂଚନା ଅଧିକାର ଆଇନ କର୍ମଶାଳା

 କଟକ : କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଅଧିକାର ଆଇନ-୨୦୦୫ ଅନ୍ତର୍ଗତ ଏକ ସଚେତନତା କର୍ମଶାଳା ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ ଏହି କର୍ମଶାଳାରେ ଯୋଗ ଦେଇ ଜନ ସୂଚନା ଅଧିକାରୀମାନେ ସୂଚନା ଅଧିକାର ଆଇନ -୨୦୦୫ ର ଧାରା ୪ (୧)(ଖ) ଅନୁଯାୟୀ ନିଜ ବିଭାଗର ସମସ୍ତ ତଥ୍ୟ ସୂଚନା ଅଧିକାର ୱେବସାଇଟରେ ଉଭୟ ଓଡ଼ିଆ ଓ ଇଂରାଜୀରେ ଅପଲୋଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ ବିଭିନ୍ନ ବିଭାଗ ଅଧିକ ଓ କି୍ରୟାଶୀଳ ସଚେତନତା ହୋଇ ସୂଚନା ଅଧିକାର ସଂପର୍କିତ ଆସୁଥିବା ସମସ୍ତ ଆବେଦନଗୁଡ଼ିକର ଉତ୍ତର ନିର୍ଦ୍ଧାରିତ ସମୟ ମଧ୍ୟରେ ଦେବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ତଥା ଅନ୍ୟାନ୍ୟ ବିଭାଗର ଜନ ସୂଚନା ଅଧିକାରୀମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ମାଷ୍ଟର ଟ୍ରେନର ସଂଗ୍ରାମ ପୃଷ୍ଟି ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି କରାଯାଉଥିବା ନିଦେ୍ର୍ଦଶାବଳୀ ଅନୁଯାୟୀ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତେ ନିଜ ନିଜ ବିଭାଗ ବା କାର୍ଯ୍ୟାଳୟର ସୂଚନା ଅଧିକାର ପୋର୍ଟାଲରେ ଉଭୟ ଇଂରାଜୀ ଓ ଓଡ଼ିଆରେ ତଥ୍ୟ ଅପଲୋଡ଼ କରିବାକୁ ପରାମର୍ଶ ଦେଇଥିଲେ ।