ଜନଶୁଣାଣି ଶିବିର
ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବିଜାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତବାସୀଙ୍କ ବିଭିନ୍ନ ଅଭିଯୋଗର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ବ୍ଲକ ଅତିରିକ୍ତ ଉନ୍ନୟନ ଅଧିକାରୀ ମାଧୁରୀ ଆଚାରୀ ଅଭିଯୋଗ ଗ୍ରହଣ କରିବା ସହ ଉପସ୍ଥିତ ଥିବା ବିଭିନ୍ନ ସରକାରୀ ବିଭାଗୀୟ କର୍ମଚାରୀ ମାନଙ୍କୁ ଆବଶ୍ୟକ ନିଦେ୍ର୍ଦଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଜଳ ଯୋଗାଣ, ଆବାସ ଗୃହ, କୃଷି, ମନରେଗା ଯୋଜନା, ଭତ୍ତା, ପିଡିଏସ ଆଦି ବିଷୟରେ ଅଭିଯୋଗ ଦାଖଲ କରିଥିଲେ । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରରେ ଏଇ ସତ୍ୟନାରାୟଣ ସେଠୀ, ଡ଼କ୍ଟର ଦିଲୀପ କୁମାର ନାଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ୱାଗତିକା ଗୋପାଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦ୍ରିକା କଣ୍ଡାଙ୍ଗଳ, ଆରହେଚ, ବ୍ଲକ ମଙ୍ଗଳ ଅଧିକାରୀ ସୋନାଲି ନାୟକ, ସରପଞ୍ଚ ନୀଳାବତୀ ଜାନି, ସମିତି ସଭ୍ୟା ଭାଗିରଥି ମୁଦୁଲି, ସମସ୍ତ ୱାର୍ଡ ମେମ୍ବର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏଡିଇଓ ରିତା ପାଣି, ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମକୁ ପିଇଓ ହରିହର ବେହେରା ପରିଚାଳନା କରୁଥିଲେ ।