କ୍ୟାଣ୍ଡେଲ ଶୋଭାଯାତ୍ରା
ଆସିକା : କାଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିକାଣ୍ଡ ଘଟଣାରେ ୨୬ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଆସିକା ପ୍ରତାଞ୍ଜଳି ଯୋଗ ସମିତି ଓ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ମିଳିତ ଆନୁକୂଲ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ଆସିକା ଖମ୍ବେଶ୍ୱରୀ ପାଟଣାରୁ ବାହାରି କୁମ୍ଭାର ସାହି ଛକ ଦେଇ ବିନାୟକ ବଜାର ଓ ଲକ୍ଷ୍ମୀବଜାର ହୋଇ ଆସିକା ବସଷ୍ଟପରେ ଶେଷ ହୋଇଥିଲା । ଏହି ଶୋଭାଯାତ୍ରାରେ ପ୍ରତାଞ୍ଜଳି ଯୋଗ ସମିତି ଓ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ଶହ ଶହ ସଦସ୍ୟ ଯୋଗ ଦେଇ ହାତରେ କ୍ୟାଣ୍ଡେଲ ଓ ଜାତୀୟ ପତାକା ଧରି ଭାରତ ମାତାକି ଜୟ କି ନାରା ଦେଇ ସହର ପରିକ୍ରମା କରିଥିଲେ । ମୃତ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବାସହ ଏକ ପ୍ରଥପ୍ରାନ୍ତ ସଭା କରାଯାଇଥିଲା ।