ରାଜ୍ୟପାଳ ଦ୍ୱାରା ସମିତି ସଭାପତି ସମ୍ବର୍ଦ୍ଧିତ

 ନୀଳଗିରି: ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ଭୁବନେଶ୍ୱରରେ ସ୍ୱତନ୍ତ୍ର ଭାବେ  ରାଜ ଭବନଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ରାଜ୍ୟପାଳ ଆର.ସି. ଏସ, ସମବାୟ ମନ୍ତ୍ରୀ ପ୍ରଦୀପ ବଳବନ୍ତ ସାମନ୍ତ ,କମିଶନର ଯୋଗ ଦେଇ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଆନ୍ତର୍ଜାତିକ ସମବାୟ ସମାରୋହରେ ପ୍ରତି ଜିଲ୍ଲାରୁ ୨ଟି ଲେଖାଁଏ ସମିତିକୁ ନିମନ୍ତ୍ରଣ କରାଯାଇଥିଲା । ଉକ୍ତ ସମାରୋହରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡର ଶ୍ୟାମସୁନ୍ଦରପୁର ପ୍ରାଥମିକ କୃଷି ସମିତିକୁ ନିମନ୍ତ୍ରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦରପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମନୋରଞ୍ଜନ ଦାସଙ୍କୁ ରାଜ୍ୟପାଳ ମାନପତ୍ର ଓ ବ୍ୟାଚ ଦେଇ ସମ୍ମାନିତ କରାଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ଦାସଙ୍କ ସହିତ ସମିତିର ସଭ୍ୟ ପୁରସ୍ତମ୍ଭ ସେଠୀ, ସମିତି ର ସମ୍ପାଦକ ଗଦାଧର ପାତ୍ର, ନୀଳଗିରି ଏ ଆର ସିଏସ କାର୍ଯ୍ୟ ଳୟର କ୍ଷେତ୍ର କର୍ମଚାରୀ ବିଭୂତି ଭୂଷଣ ବାରିକ ପ୍ରମୁଖ ସମାରୋହରେ ଯୋଗ ଦେଇଥିବା ଜଣାପଡିଛି ।