ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର 

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ନିକଟ ଘୋଡାÿହାଡ ନଦୀ  ନିର୍ମାଣଧୀନ ଆଧୁନିକ ଶଶ୍ମାନ ପରିସରରେ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବକୁ ସୋମବାର ସନ୍ଧ୍ୟାରେ ହିଞ୍ଜିଳି ପୁଲିସ ଜବତ କରିଛି । ହିଞ୍ଜିଳିକାଟୁ ପୌର ପରିଷଦର ନିର୍ମାଣଧୀନ ଶଶ୍ମାନ କାର୍ଯ୍ୟ ତଦାରଖ ପାଇଁ ନବ ନିଯୁକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା ଓ ଯନ୍ତ୍ରୀ ସୁବ୍ରତ ମହାପାତ୍ର ଓ ଅନ୍ୟ ମାନେ ସୋମବାର ସନ୍ଧ୍ୟାରେ ନିର୍ମାଣ ସ୍ଥଳକୁ ଯାଇଥିଲେ । ନିର୍ମାଣଧୀନ ଶଶ୍ମାନ ଘର ବାରଣ୍ଡାରେ ଜଣେ ବ୍ୟକ୍ତି ପଡ଼ିଥିବା ଓ ଦୁର୍ଗନ୍ଧ ହେଉଥିବା ଦେଖି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବରପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଉକ୍ତ ସ୍ଥାନରେ ପହଞ୍ଚି ଜଣେ ପୁରୁଷ ଲୋକଙ୍କ ଗଳିତ ଶବକୁ ଜବତ କରିଛି । ଶବ ନିକଟରୁ ଏକ ଗାମୁଛା, ସାର୍ଟ ଓ ଅନ୍ୟ କିଛି ସାମଗ୍ରୀ ପୁଲିସ ଜବତ କରିଛି । ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।  ପୌର ପରିଷଦ ପକ୍ଷରୁ ଘଟଣା ନେଇ ପୁଲିସ ନିକଟରେ ଏତଲା କରାଯାଇଛି । ଏ ସମ୍ପର୍କରେ ଏକ ଅପମୃତୁ୍ୟ ମାମଲା (୧୫/୨୫) ହିଞ୍ଜିଳି ଥାନାରେ ରୁଜ୍ଜୁ ହୋଇଛି । ଶବକୁ ବ୍ୟବଚ୍ଛେଦ ନିମନ୍ତେ  ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯିବ ଓ ବ୍ୟବଛେଦ ରିପୋର୍ଟ ପରେ ମୃତୁ୍ୟର କାରଣ ଜଣାପଡିବ ବୋଲି ପୁଲିସ କହିଛି ।