ଜନ୍ମବେଦୀରେ ଶ୍ରୀଜୀଉ 

 ଖଣ୍ଡପଡ଼ା  : ଖଣ୍ଡପଡ଼ା ସହରର ଗୁଣ୍ଡିଚା ଘର ଜନ୍ମବେଦୀରେ ଶ୍ରୀ ଜଗନ୍ନାଥଜୀଉ, ପ୍ରଭୁ ପତିତପାବନଜୀଉ ଓ ସୁଦର୍ଶନ ଏବେ ପୂଜା ପାଉଛନ୍ତି । ବିଗ୍ରହମାନଙ୍କ ସନ୍ଧ୍ୟା ଆଳତି ଦର୍ଶନ ନିମନ୍ତେ ଗୁଣ୍ଡିଚାଘର ନିକଟରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଖଣ୍ଡପଡ଼ା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ବିଭିନ୍ନ ଦିନରେ ଗୁଣ୍ଡିଚା ଘରେ ବିଗ୍ରହମାନଙ୍କ ସମସ୍ତ ନୀତିକାନ୍ତି ପାରମ୍ପରିକ ପ୍ରଥାନୁଯାୟୀ ଅନୁଷ୍ଠିତ ହେବ ବୋଲି ଖଣ୍ଡପଡ଼ା ଦେବୋତ୍ତର ବିଭାଗ ଓ ଶ୍ରୀଜଗନ୍ନାଥଜୀଉ ମନ୍ଦିର କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ସେହିପରି ଖଣ୍ଡପଡ଼ା ବ୍ଲକ ଅଧିନ ମର୍ଦ୍ଦରାଜପୁର, ଖଳିସାହି, କୁମ୍ଭାରପଡା ଓ ରୟତ ଢୋଲମରା ଗ୍ରାମର ଗୁଣ୍ଡିଚାଘରେ ବିଗ୍ରହମାନଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଜନସମାଗମ ହେଉଛି ।