ମହାବିଦ୍ୟାଳୟରେ କମ୍ପୁ୍ୟଟର : ଶିକ୍ଷାର ଉଦ୍ଘାଟନ

ନୀଳଗିରି:  ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ନୀଳଗିରି ସଂସ୍କୃତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିର ବୈଷୟିକ ଶିକ୍ଷା ଆରମ୍ଭ ହୋଇଯାଇଛି । ଜାତୀୟ ପତାକା ଉତ୍ତୋଳନ ପରେ ବୈଷୟିକ ଶିକ୍ଷାଦାନକୁ ସାମ୍ବାଦିକ ଲୋକନାଥ ଦଳେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିକ୍ଷାଦାନ ସହ ବୈଷୟିକ ଶିକ୍ଷାଦ୍ୱାରା ବିଦ୍ୟାର୍ଥୀମାନେ ନିଜର ଆଗାମୀ ଭବିଷ୍ୟତ ଗଠନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଅର୍ଥସର୍ବସ୍ୱ ନହୋଇ ନିଷ୍ଠାର ସହ କାର୍ଯ୍ୟ କଲେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ  । ଆଗାମୀ ଦିନରେ ସମୟ ନିର୍ଦ୍ଧାରଣ କରାଯାଇ ସର୍ବନିମ୍ନ ୬ ମାସ ପ୍ରତ୍ୟେକ ବିଦ୍ୟାର୍ଥୀମାନଙ୍କୁ ଲିଖିତ ଓ ପ୍ରାକ୍ଟିକାଲ କମ୍ପୁ୍ୟଟର ଶିକ୍ଷା ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ  । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ ନିରଂଜନ ସନ୍ଧିବିଗ୍ରହ, କର୍ମଚାରୀ ରମେଶ ଚନ୍ଦ୍ର ପାତ୍ର, ଦିଲ୍ଲୀପ ମହାପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ବିଦ୍ୟାର୍ଥୀ ତଥା ପ୍ରଶିକ୍ଷକ ସଞ୍ଜୟ କୁମାର ପରିଡା ଉପସ୍ଥିତ ରହି ସହଯୋଗ କରିଥିଲେ ।