କଥା ଦେଇ କଥା ରଖିଲେ ବବି

କୁଆଖିଆ :କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ଟିକରପଡା ପଞ୍ଚାୟତର ହିଙ୍ଗୁଳା ମନ୍ଦିର ନିର୍ମାଣ ସକାଶେ ବିଜୁ ଜନତା ଦଳର ରାଜ୍ୟ ଉପ ସଭାପତି ପ୍ରଣବ ପ୍ରକାଶ ଦାସ ବା ବବି ଆର୍ଥôକ ଅନୁଦାନ ଯୋଗାଇ ଦେଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ଉକ୍ତ ପଞ୍ଚାୟତରେ ଆହୁତ ଏକ କର୍ମୀ ସମାବେଶରେ ବବି ପହଁଚି ନିର୍ବାଚନ ସମୟରେ ପଞ୍ଚାୟତବାସୀଙ୍କୁ ମନ୍ଦିର ନିର୍ମାଣ ନିମନ୍ତେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଆଗାମୀ ଦଳୀୟ କାର୍ଯ୍ୟପନ୍ଥା ଏବଂ ବିରୋଧିଦଳର ରଣନୀତି ସମ୍ପର୍କରେ ଆଲୋଚନା କରି କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏଥିରେ ବଡ଼କଇଁଚି ପଞ୍ଚାୟତର ସରପଞ୍ଚ ଅଶୋକ କୁମାର ମଲ୍ଲିକ, ସମିତିସଭ୍ୟ ସୈାମ୍ୟ ରଂଜନ ରାଉତ, ଗନ୍ଧଣ ପୂର୍ବତନ ସରପଞ୍ଚ ଶ୍ରୀଧର ବିଶ୍ୱାଳ, ସମିତିସଭ୍ୟ ଅଭିରାମ ମଲ୍ଲିକ, ଅଲେଖ ରାଉତ, ବ୍ଲକ ବିଜେଡି ସଭାପତି ବିଜୟ ଘଡେଇ ପ୍ରମୁଖ ୯ ପଞ୍ଚାୟତର ଛାମୁଆ କର୍ମୀ ଯୋଗ ଦେଇଥିଲେ ।