ଜମ୍ମୁରେ ତୀର୍ଥଯାତ୍ରୀଙ୍କ ଦୁର୍ଘଟଣା : ଓଡ଼ିଶା ଫେରିବ ୩ ଓଡ଼ିଆଙ୍କ ମୃତଦେହ
ଜମ୍ମୁ କଶ୍ମୀରସ୍ଥିତ ମା' ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯାଇଥିବାବେଳେ ଦୁର୍ଘଟଣା । ୩ ଜଣ ଓଡ଼ିଆ ତୀର୍ଥଯାତ୍ରୀ ମୃତ, ଜଣେ ଗୁରୁତର । ମୃତ ତୀର୍ଥଯାତ୍ରୀ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବିଚିତ୍ର କୁମାର ସାହୁ, ଯୋଗୀନ୍ଦ୍ର ମଟାରୀ ଏବଂ କବିତା ସାହୁ। ଗୁରୁତର ଆହତ ତୀର୍ଥଯାତ୍ରୀ ସୁବର୍ଣ୍ଣପୁର ଜିଲ୍ଲାର ସ୍ନେହଲତା ମଟାରୀ ଜାମ୍ମୁ ସ୍ଥିତ ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
୩ ତୀର୍ଥଯାତ୍ରୀଙ୍କ ମୃତଦେହ ଓଡ଼ିଶା ଅଣାଯିବ। ଏନେଇ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ଜାମ୍ମୁରେ ଚିକିତ୍ସିତ ହେଉଥିବା ଆହତ ତୀର୍ଥଯାତ୍ରୀଙ୍କୁ ସମସ୍ତ ପ୍ରକାର ସହଯୋଗ ମଧ୍ୟ ପ୍ରଦାନ କରାଯାଉଛି।