ଜେଲ ଗଲେ ପଞ୍ଜାବର ବରିଷ୍ଟ ଆଇପିଏସ୍ ଅଧିକାରୀ

ପଞ୍ଜାବ : ଜେଲ ଗଲେ ପଞ୍ଜାବର ବରିଷ୍ଟ ଆଇପିଏସ୍ ଅଧିକାରୀ ହରଚରଣ ସିଂହ ଭୁଲାର । ଦୁର୍ନୀତି ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି । ସେ ପଞ୍ଜାବର ରୋପର ରେଞ୍ଜ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଭାବେ କାର୍ଯ୍ୟ କରୁଥିଲେ । ୮ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା ।
ସୂଚନା ମୁତାବକ, ତଗଡ ସାହିବର ଆକାଶ ଭଟ୍ଟ ନାମକ ପଞ୍ଜାବ ଫତେଗ ଜଣେ ସ୍କ୍ରିପ୍ ଡିଲରଙ୍କୁ ମିଥ୍ୟା ମାମଲାରେ ଫସାଇବାର ଧମକ ଦେଇ ହରିଚରଣ ୮ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ସେ ସିବିଆଇକୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ସିବିଆଇ ମାମଲା ରୁଜୁ କରିଥିଲା । ତଦନ୍ତ ସମୟରେ ହରଚରଣଙ୍କ ଘରୁ ନଗଦ ୫ କୋଟି ଟଙ୍କା, ଦୁଇଟି ଦାମୀ କାର୍, ୨୨ଟି ଦାମୀ ହାତ ଘଣ୍ଟା, ୪୦ ଲିଟର ବିଦେଶୀ ମଦ ସହ ବିଭିନ୍ନ ଜମିବାଡି ସମ୍ପର୍କିତ କାଗଜପତ୍ର ଜବତ ହୋଇଛି ।