ଜଳଉତ୍ସ ପ୍ରକଳ୍ପର ଶିଳାନ୍ୟାସ  

 ବାଲେଶ୍ୱର : ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ଚକ ଛାନୁଆ ଅଞ୍ଚଳବାସୀଙ୍କ ପାନୀୟ ଜଳ ସଂକଟ ଦୂର ହେବାକୁ ଯାଉଛି । ଏକ ନୂତନ ଜଳ ଉତ୍ସ ଖନନ ପାଇଁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବିକୁ ବାସ୍ତବତାର ରୂପ ଦେଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ଚକ ଛାନୁଆ ଠାରେ ଏକ ଜଳ ଉତ୍ସ ପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର ପ୍ରଦାନ କରିଛନ୍ତି ବିଧାୟକ ଶ୍ରୀ ଦତ୍ତ । ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ରହିଥିବା ଛାନୁଆ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଗତ ଏହି ଜଳ ଉତ୍ସ ଖନନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଯୋଜନା କରାଯାଇଛି । ଉତ୍ତମ ଗୁଣବତ୍ତା ଓ ଧାର୍ଯ୍ୟ ସମୟସୀମା ଏହି ପ୍ରକଳ୍ପ କାର୍ଯ୍ୟ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ଓ ସରପଞ୍ଚ ପ୍ରମିଳା ସେଠୀ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋକନାଥ ଭୂୟାଁ, ଭାଗ୍ୟଧର ଦାସ, ସୁନୀଲ ମଣ୍ଡଳ, ରାମକୃଷ୍ଣ ଖଟୁଆ, ଶକ୍ତିପଦ ମଣ୍ଡଳ, ନିଖିଳ ସାମନ୍ତ, ନିମାଇ ମାଇତି, ସତ୍ୟ ପାତ୍ର, ସତ୍ୟ ବେହେରା, ଅଞ୍ଜନ ସାହୁ, ବିକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।