ଭିଣୋଇ ସହ ଶାଳୀ ଫେରାର
ସାଲେପୁର : ଯୁବତୀ ତା’ର ସଂପର୍କୀୟ ଭିଣୋଇ ସହ ଫେରାର ହୋଇଯାଇଥିବା ନେଇ ଯୁବତୀର ମା’ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ କୁସମ୍ବୀ ଗ୍ରାମର ଜଣେ ୨୫ବର୍ଷୀୟା ଯୁବତୀ ଉକ୍ତ ଗ୍ରାମର ତା’ର ସଂପର୍କୀୟ ଭିଣୋଇ ସହ ପୂର୍ବରୁ ପ୍ରେମ ସଂପର୍କ ରହିଥିବାବେଳେ କେହି ଘରେ ନଥିବାର ସୁଯୋଗ ନେଇ ସଂପୃକ୍ତ ଯୁବତୀ ଜଣକ ଭିଣୋଇ ସହ ଫେରାର ହୋଇଯାଇଥିବା ନେଇ ଯୁବତୀର ମା’ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।