ସବୁ ଖାଇଗଲ କହିବାରୁ ସାଂସଦ ପ୍ରତିନିଧିଙ୍କୁ ଘେରିଲେ ବିଧାୟିକା ଓ ସରପଞ୍ଚ
ବିଞ୍ଝାରପୁର : ହଠାତ ରବିବାର ଡକାଯାଇଥିଲା ବିକଶିତ ଗାଁ ବିକଶିତ ଓଡିଶାର ସଫଳ ରୂପାୟନ ପାଇଁ ଜରୁରୀ କାଳୀନ ପଂଚାୟତ ସମିତି ବୈଠକ । ଛୁଟିଦିନରେ ବ୍ଲକ୍ର କୌଣସି ବିଭାଗର ଅଧିକାରୀ ଉପସ୍ଥିତ ନଥିବା ବେଳେ କେବଳ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ଶିକ୍ଷାଧିକାରୀ ଉପସ୍ଥିତ ଥିଲେ । ବ୍ଲକରେ ଅନୁଷ୍ଠିତ ବୈଠକରେ ସମସ୍ତ ସରପଂଚ, ସମିତିସଭ୍ୟ/ସଭ୍ୟା ଓ ଜିଲା ପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ନେଇ ଉକ୍ତ ବୈଠକ କରାଯିବା ସହ ସ୍ଥାନୀୟ ବିଧାୟୀକା ଓ ସାଂସଦ ବା ସାଂସଦ ପ୍ରତିନିଧି ରହି ପାରିବେ । କିନ୍ତୁ ବୈଠକଟି ଥିଲା ଅତ୍ୟନ୍ତ ନିଆରା । ମଂଚରେ ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ଉପସ୍ଥିତ ଥିଲେ ବିଡ଼ିଓ, ବିଧାୟିକା ପ୍ରମିଳା ମଲିକ ଓ ସାଂସଦଙ୍କ ପ୍ରତିନିଧି ପୁରୁଷୋତମ ବେହେରା । ସାଂସଦଙ୍କ ପ୍ରତିନିଧି ଆମ ଗାଁ ଆମ ବିକାଶ କାର୍ଯକ୍ରମରେ କରାଯାଇଥିବା କାର୍ଯ୍ୟ ଗୁଡ଼ିକୁ ଖାଇ ଯାଇଛନ୍ତି ବୋଲି କହିବାରୁ ହଟାତ୍ ରାଗି ଯାଇଥିଲେ ବିଧାୟିକା ପ୍ରମିଳ ମଲିକ । କିଏ ଖାଇଛି କେଉଁଠି ଖାଇଛି ଚାଲ ଦେଖାଇ ପ୍ରମାଣ କରିବ କହିବାରୁ ଶାସନ୍ଦା, ପ୍ରୀତିପୁର, ଜରୀ, ସିଂହପୁର ପଂଚାୟତର ସରପଂଚ ଓ ୨୮ନମ୍ବର ଜିଲା ପରିଷଦ ସଭ୍ୟ ଏକଥାକୁ ସହଜେ ହଜମ କରି ପାରିନଥିଲେ । ହୋହାଲ୍ଲା ଭିତରେ ସାଂସଦ ପ୍ରତିନିଧି ତୁରନ୍ତ କହିଥିବା କଥା ଫେରାନ୍ତୁ ତା ପରେ ଆଲୋଚନା ହେବ ବୋଲି ଜିଦ୍ ଧରିବା ସହ ବୈଠକ ଭିତରେ ହୋହାଲ୍ଲା କରିଥିଲେ । ପରେ ସାଂସଦଙ୍କ ପ୍ରତିନିଧି ସିଂହପୁରରେ ମନରେଗାରେ ଦୁଇଟା ଖେଳ ପଡିଆ ଗାଏବ ହୋଇଥିବା ଉଦାହରଣ ଦେଇଥିଲେ । ଏହି ହୋ ହାଲ୍ଲା ଭିତରେ ଗୁହାଳି ପଂଚାୟତ ସରପଂଚ ଉପସ୍ଥିତ ନଥିବା ବେଳେ ବୈଠକର ଆଗରେ ବସିଥିଲେ ତାଙ୍କ ଶଶୁର । ହଟଗୋଳ ଭିତରେ ଶଶୁର ମଧ୍ୟ ଆଙ୍ଗୁଳି ଦେଖାଇଥିଲେ ସାଂସଦଙ୍କ ପ୍ରତିନିଧିଙ୍କୁ । ଖଲି ଗୁହଳି ସରପଂଚଙ୍କ ଶଶୁର ନୁହଁ କଲ୍ୟାଣପୁର ସରପଂଚ ଅନୁପସ୍ଥିିତ ଥିବା ବେଳେ ତାଙ୍କ ସ୍ୱାମୀ, ଟିଣା ପଂଚାୟତ ସରପଂଚଙ୍କ ସମେତ ତାଙ୍କ ସ୍ୱାମୀ ଓ ଅନେକ ବିଜେଡ଼ି ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । କଲ୍ୟାଣପୁର ସରପଂଚଙ୍କ ସ୍ୱାମୀ ଭତା ଟଙ୍କା ହିତାଧିକାରୀ ମାନେ ଠିକ ଭାବେ ପାଇପାରୁ ନଥିବା ଓ ଭତା କରାଯାଉଥିବା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ବିଧାୟିକା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଡ଼ାକି କ୍ଷୋଭ ପ୍ରକାଶ କରିଥିଲେ । ତେବେ ପଂଚାୟତର ବିକାଶ ନିମନ୍ତେ ମହିଳା ମାନେ ସିଧାସଳଖ ନିର୍ବାଚିତ ହେଉଥିବା ବେଳେ ପଂଚାୟତ ସମିତିରେ ସେମାନଙ୍କୁ ଗୁରୁତ୍ୱ ଦିଆ ଯାଉଥିବାର ବ୍ୟବସ୍ଥା ଥିବା ବେଳେ ପଂଚାୟତ ସମିତିର ସରକାରୀ କାର୍ଯ୍ୟକ୍ରମରେ ମହିଳା ସରପଂଚଙ୍କ ବଦଳରେ ସେମାନଙ୍କ ସ୍ୱାମୀ ଆଉ ଶଶୁରଙ୍କ ଭୂମିକା କଣ ଆଉ କେମିତି ଏମାନଙ୍କୁ ସାଂସଦ ପ୍ରତିନିଧି ସବୁ ଖାଇଗଲ କହିବାରୁ ଘେରିଲେ ବିଧାୟିକା ଓ ସରପଂଚ ବୈଠକରେ ବସାଯାଇ ସରକାରୀ କାର୍ଯ୍ୟକ୍ରମ ଓ ସାଂସଦ ପ୍ରତିନିଧିଙ୍କୁ ଅଙ୍ଗୁଳି ନିର୍ଦେଶ କରିବାର ସତ ସାହସ ଦେଲା ଆଉ କିପରି ବିଡ଼ିଓ ଓ ବ୍ଲକ୍ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଅନୁମତି ଦେଲେ ତାହାକୁ ନେଇ ଆଲୋଚନା ଯୋରଧରିଛି ।