ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ାା ପ୍ରଭାନୁ୍ୟଜ ।ା ସୋର: ସୋର ବ୍ଲକ ଜଡିଦା ନରେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନନ୍ତ ପ୍ରସାଦ ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା କୃପାସିନ୍ଧୁ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସୋର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାଥ ନାୟକ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଦ. ବନମାଳୀ ବେହେରା, ସମ୍ମାନିତ ଅତିଥିଭାବେ ବାଲେଶ୍ୱର ଜୋନ ମାଧ୍ୟମିକ ବ୍ଲକ ଗ୍ରାଣ୍ଟ ଶିକ୍ଷା ସଂଘ ସଭାପତି ଭାଗବତ ମହାନ୍ତି, ସୋର ଓଷ୍ଟା ସଭାପତି ରାମଚନ୍ଦ୍ର ପୃଷ୍ଟି, ସମ୍ପାଦକ ବଳରାମ ସ, ଜଡିଦା ୟୁଜିଏମଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ମହାପାତ୍ର, ସରପଞ୍ଚ ସୁଲୋଚନା ବେହେରା, ସମିତି ସଭ୍ୟା ଗୌରୀ ବେହେରା ପ୍ରମୁଖ ଯୋଗ ଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କ ଶିକ୍ଷାଦାନ, ଛାତ୍ର ବତ୍ସଳତା ଏବଂ କାର୍ଯ୍ୟଦକ୍ଷତା ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ୟ ସଦସ୍ୟାମାନେ ପ୍ରଧାନଶିକ୍ଷକଙ୍କ ଶିକ୍ଷାଦାନ ଏବଂ ଅନୁଭୂତି ବାବଦରେ ଆଲୋଚନା କରିଥିଲେ । ଏହା ପରେ ଅତିଥିମାନଙ୍କ ଦ୍ୱାରା ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ୟ ପ୍ରାରମ୍ଭରେ ଶୁଶାନ୍ତ ସାହୁ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ଚରଣ ଖିଲାର ସ୍ୱାଗତ ଭାଷଣ ଦେଇଥିଲେ । ମାଣିପୁର କ୍ଲଷ୍ଟରର ସିଆରସିସି ଲକ୍ଷ୍ମୀଧର ପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ସଂସ୍କୃତ ଶିକ୍ଷକ ସନ୍ତୋଷ କୁମାର ନନ୍ଦବ୍ରହ୍ମଚାରି ମନ୍ତ୍ରପାଠ କରିଥିଲେ । ବିଦ୍ୟାଳୟ କୁନିକୁନି ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଶେଷରେ ମଦନ ଚରଣ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।