ପିଇବା ପାଣି ପାଇଁ ଡହଳବିକଳ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ସୀମାନ୍ତରେ ଅବସ୍ଥିତ ଦଶମାଣପାଟଣା ଗ୍ରାମ ପଞ୍ଚାୟତରେ ପାନୀୟ ଜଳର ଉକôଟ ଅଭାବ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମ ପଞ୍ଚାୟତର ମଞ୍ଜୁରୀପଡା ଗ୍ରାମର ହରିଜନ ସାହିରେ ଦେଖିବାକୁ ମିଳିଛି ପାନୀୟ ଜଳର ସମସ୍ୟା । ବସ୍ତି ବାସିନ୍ଦା ବିଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ନିମନ୍ତେ ବସ୍ତି ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଏକ ନଳକୂପ ଉପରେ ନିର୍ଭରଶୀଳ ହୋଇଥିବାର ଜଣାଯାଏ । ହେଲେ ଉକ୍ତ ନଳକୂପରୁ ସମୁଦ୍ରକୁ ଶଙ୍ଖେ ସଦୃଶ ପାନୀୟ ଜଳ ଗରା ମାଠିଆରେ ସଂଗ୍ରହ କରି ଆଣିଥାନ୍ତି । ଉକ୍ତ ବସ୍ତିରେ ସମୁଦାୟ ୪୦ଗୋଟି ପରିବାର ବସବାସ କରୁଥିବାବେଳେ ୨୦୦ରୁ ଊଦ୍ଧ୍ୱର୍ ଜନସଂଖ୍ୟା ରହୁଛନ୍ତି । ତେବେ ବସ୍ତିରେ ଗୋଟିଏ ଖୋଲାକୂପ ଥିଲେ ମଧ୍ୟ ଏହା ଖରାଦିନେ ପ୍ରାୟତଃ ଶୁଖିଲା ପଡେ । ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ ବିଭାଗ ପକ୍ଷରୁ ଉକ୍ତ ବସ୍ତିରେ ଏକ ନଳକୂପ ବସା ଯାଇଥିଲେ ସୁଦ୍ଧା ଏହାର ଲାଭ କିନ୍ତୁ ଲୋକମାନଙ୍କୁ ମିଳିପାରୁ ନାହିଁ । ଏହାର ପ୍ରମୁଖ କାରଣ ହେଲା ଉକ୍ତ ନଳକୂପରୁ ଅପରିଷ୍କାର ନାଲି ରଙ୍ଗର ପାଣି ବାହାରୁଛି । ଉକ୍ତ ପାଣିକୁ କିଛି ସମୟ ପାତ୍ରରେ ରଖିଲେ ତାହା ଉପରେ ଏକ ସର ପଡିଯାଉଛି, ଯାହା ପାନୀୟ ଜଳ ପାଇଁ ବ୍ୟବହାର ଯୋଗ୍ୟ ହେଉନଥିବାର ବସ୍ତିବାସିନ୍ଦା ଅଭିଯୋଗ କରିଥାନ୍ତି । ଉକ୍ତ ଗ୍ରାମ ପଞ୍ଚାୟତରେ ବସୁଧା ଯୋଜନାରେ ଏକ ଓଭର ଟ୍ୟାଙ୍କ କରାଯାଇ ପାନୀୟ ଜଳ ଯୋଗାଣର ଯୋଗାଣର ବ୍ୟବସ୍ଥା ରହିଛି । କିନ୍ତୁ ଏହି ମେସିନରେ ପାଣି ଯୋଗାଣ କରିବା ଫଳରେ ପଞ୍ଚାୟତରେ ଥିବା ଅନେକ କୂପ ସବୁ ଶିଖିଯାଉଛି । ସେଥି ନିମନ୍ତେ ଉକ୍ତ ଯୋଜନାରେ ଜଳ ଯୋଗାଣ ପ୍ରଭାବିତ ହେଉଛି । ଏଣୁ ବିଭାଗୀୟ ଅଧିକାରୀ ଉକ୍ତ ବସ୍ତିବାସିନ୍ଦାଙ୍କର ପାନୀୟଜଳ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।