ଜଳସେଚନ ସୁବିଧା ନଥିବାରୁ ଚାଷ କରିପାରିଲେନି ଚାଷୀ
ଦଶରଥପୁର: ଜଳ ସେଚନ ସୁବିଧା ନଥିବାରୁ ଚାଷ କରିପାରିଲେ ନି ଚାଷୀ । ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ଏହିସବୁ ଅଞ୍ଚଳରେ ଜନପ୍ରତିନିଧି ଜଳସେଚନ ହୋଇନଥିବା ଅଞ୍ଚଳକୁ କେମିତି ଜଳସେଚିତ କରାଯିବ ସେଥିପ୍ରତି କେବେ ବି ଦୃଷ୍ଟି ଦେଇନାହାନ୍ତି କି ଚିନ୍ତା କରିନାହାନ୍ତି । ଏପରି ଅବସ୍ଥା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍ର ପ୍ରାୟ ୧୫ରୁ ଊଦ୍ଧ୍ୱର୍ ପଞ୍ଚାୟତରେ । ବ୍ଲକ୍ର ଉନ୍ନତ ଏରିଆଭାବେ ପରିଗଣିତ ଚଷାଖଣ୍ଡ, ବିରିପଟା, ମଙ୍ଗଳପୁର, ଥାଲକୁଡ଼ି, କମାରଡିହ, କୟାଁ, ଖାନନଗର, ନିଜାମପୁର, ଦତ୍ତପୁର, ଦୁଦୁରାଅଣ୍ଟା, ମଲ୍ଲିକାପୁର, କସପା, ଜାଫରପୁର, ପାଲଟପୁର ପ୍ରଭୃତି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଏବେବି ଜଳସେଚନର କୌଣସି ସୁବିଧା ନାହିଁ । ନା କେନାଲ ଉକ୍ତ ଅଞ୍ଚଳକୁ ଯାଇପାରିଛି ନା ବୋରିଂ ପଏଣ୍ଟ ସାହାଯ୍ୟରେ ଉକ୍ତ ଅଞ୍ଚଳର ଚାଷୀଙ୍କୁ ଜଳ ଯୋଗାଇ ଦିଆଯାଉଛି । ଜଳସେଚନର ସୁବିଧା ନଥିବାରୁ ଏହିସବୁ ଅଞ୍ଚଳର ଚାଷୀମାନେ କେବଳ ଧାନଚାଷ କରନ୍ତି ଏବଂ ଏହିଚାଷ ପାଇଁ ବର୍ଷାଜଳ ଉପରେ ନିର୍ଭର କରନ୍ତି । ସରକାର ଜଳସେଚନ ପାଇଁ କିମ୍ବା ଏହିସବୁ ଅଞ୍ଚଳର ଜନପ୍ରତିନିଧିମାନେ ଅଞ୍ଚଳକୁ କିପରି କେନାଲ ମାଧ୍ୟମରେ ଜଳ ଯୋଗାଇ ଦିଆଯିବ ତାହା ଆଜିପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି । ଏହି ଅଞ୍ଚଳର ଚାଷୀମାନଙ୍କର ଦୁଃଖକୁ ରାଜ୍ୟ ସରକାର ଉପଲବ୍ଧି କରିତୁରନ୍ତ ଏହିସବୁ ଅଞ୍ଚଳକୁ କେନାଲ ସାହାଯ୍ୟରେ ପାଣି ଯୋଗାଇ ଦେବାକୁ ଅଞ୍ଚଳର ହଜାର ହଜାର ଚାଷୀ ଜଳସମ୍ପଦ ବିଭାଗ ସହ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।