ଜିନ୍ଦଲ ଷ୍ଟେନଲେସକୁ କଳିଙ୍ଗ ସୁରକ୍ଷା ପୁରସ୍କାର
କଳିଙ୍ଗନଗର: ଜିନ୍ଦଲ ଷ୍ଟେନଲେସ କଳିଙ୍ଗନଗକୁ ଇସ୍ପାତ ଶିଳ୍ପ ବିଭାଗରେ ଗୋଲ୍ଡ ବର୍ଗରେ ରାଜ୍ୟର ସର୍ବଶ୍ରେଷ୍ଠ କଲିଙ୍ଗ ସୁରକ୍ଷା ଉକôର୍ଷ ପୁରସ୍କାରର ସମ୍ମାନିତ କରାଯାଇଛି । ବୃତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶର ଉଚ୍ଚମାନଙ୍କ ବଜାୟ ରଖିବାରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ଚଳିତମାସ ୧୮ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ୧୫ତମ ଜାତୀୟ ସୁରକ୍ଷା କନକ୍ଲେଭ-୨୦୨୪ପରିପ୍ରେକ୍ଷୀରେ ଜେଏସଏଲକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଜିନ୍ଦଲ ଷ୍ଟେନଲେସର ସୁରକ୍ଷା ମୁଖ୍ୟ ମନୋଜ ବଳ ତାଙ୍କ ଟିମ୍ ସହିତ କମ୍ପାନୀ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଲେସୋଥୋର ହାଇ କମିଶନର ଲେବୋହାଙ୍ଗ ଭାଲେଣ୍ଟାଇନ୍ ମୋଚାବାଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହାର କାରଖାନାରେ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ ସ୍ଥିରତାର ସର୍ବୋଚ୍ଚ ମାନ ନିଶ୍ଚିତ କରିବାକୁ ଏହି ପୁରସ୍କାର ଗୁଡିକ ଜେଏସଏଲର ନିରନ୍ତର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରେ ।