ରାସ୍ତା ନିର୍ମାଣ ନିମ୍ନମାନର
ଦାନଗଦୀ: ତ୍ରିଜଙ୍ଗା ପଞ୍ଚାୟତର ତ୍ରିଜଙ୍ଗା କଲୋନୀରେ କରାଯାଉଥିବା ଢଳାଇ ରାସ୍ତା ଆରମ୍ଭରୁ ନିମ୍ନମାନର କରାଯାଉଥିବା ଅଭିଯୋଗକରି ଲୋକେ କାର୍ଯ୍ୟକୁ ବନ୍ଦ କରିଛନ୍ତି । କାର୍ଯ୍ୟସ୍ତଳରେ କୌଣସି ସୂଚନା ଫଳକ ନଥିବାରୁ ରାସ୍ତା ପାଇଁ କେତେ ଟଙ୍କା ବରାଦ ହୋଇଛି, କେତେ ଲମ୍ବ, ମୋଟେଇ, ଚଉଡ଼ା ହେବ, ତାର ଗନ୍ଧବାସ୍ନା କଲୋନୀବାସୀଙ୍କ ପାଇଁ ଜାଣିବା ସମ୍ଭବ ହୋଇନି । କାର୍ଯ୍ୟ ଆରମ୍ଭରୁ ବାଲି ଅଳ୍ପ ପକାଇ କାମ କରାଯାଉଥିବା ବେଳେ ଲୋକେ କାର୍ଯ୍ୟକୁ ବନ୍ଦ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।