ପୁଲିସର ଦୁର୍ବ୍ୟବହାର; ଯୁବକଙ୍କ ପ୍ରେସମିଟ

ବ୍ରହ୍ମବରଦା: ପ୍ରତି ଥାନା ଫାଣ୍ଡିକୁ କୌଣସି ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ପୁଲିସ ଉତମ ବ୍ୟବହାର ଦେଖାଇବା ସହ ଚାହା ପାଣି ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । କିନ୍ତୁ ବ୍ରହ୍ମବରଦା ଥାନାରେ ନିୟୋଜିତ ଥିବା ଥାନାଧିକାରୀଙ୍କ ଦୁର୍ବ୍ୟବହାରରେ ଅତିଷ୍ଟ ହୋଇ ଜଣେ ଯୁବକ ଖବରଦାତା ସମ୍ମିଳନୀ ଡାକିଛନ୍ତି । ଯୁବକ ଜଣଙ୍କ ହେଲେ କୁଆଖିଆ ଥାନା ଅଧିନ ଅତଲାପୁର ପଂଚାୟତର ଦେବଦତ ସାହୁ । ସୂଚନାନୁଯାୟୀ କି ଦେବଦତ ତାଙ୍କର ଜଣେ ସାଙ୍ଗର ବାଲି ବୋଝେଇ ହାଇବା ଗାଡିକୁ ବ୍ରହ୍ମବରଦା ପୁଲିସ ଯବତ କରିଥିଲା । ଉକ୍ତ ଘଟଣା ବିଷୟରେ ଜାଣିବାକୁ ଦେବଦତ ତାଙ୍କ ସାଙ୍ଗଙ୍କ ସହିତ ବ୍ରହ୍ମବରଦା ଥାନାକୁ ଯାଇଥିଲେ । କିନ୍ତୁ ବ୍ରହ୍ମବରଦା ଥାନାର ଥାନାଧିକାରୀଣି ଅଂଶୁମାଳା ଦାସ ତାଙ୍କୁ କିଛି ଟଙ୍କା ଲାଂଚ ମାଗିଥିଲେ । ଏନେଇ ଦେବଦତ ମନାକରିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ତା ସହିତ ତାଙ୍କ ନାମରେ ମିଛ କେସରେ ଫସାଇଦେବା ପାଇଁ ମଧ୍ୟ ଧମକ ଦେଇଥିଲେ । ଯେଉଁଥିରେ ଯୁବକ ଜଣଙ୍କ ନିରୁପାୟ ହୋଇ ଖବରଦାତା ସମ୍ମିଳନୀ ଡାକିଥିଲେ । ଏନେଇ ବ୍ରହ୍ମବରଦା ଥାନା ଅଧିକାରୀଣି ଅଂଶୁମାଳା ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।