କିଟ୍ରେ ଭଲିବଲ୍ ଓ ଲନ୍ ଟେନିସ୍ ଖେଳାଳି ଚୟନ

 ଭୁବନେଶ୍ୱର : ଆଜି କିଟ୍ ବିଶ୍ୱବିଦ୍ୟାଳୟ ଇଣ୍ଡୋର ଷ୍ଟାଡିୟମ୍ରେ ଭଲିବଲ୍ (ମହିଳା) ଏବଂ ଲନ୍ ଟେନିସ୍ (ପୁରୁଷ ଏବଂ ମହିଳା) ପାଇଁ ଚୟନ ପରୀକ୍ଷଣ ହୋଇଥିଲା । ଏହି ଚୟନ ପରୀକ୍ଷଣ ଜୁଲାଇ ୧୬ରୁ ୨୭ ପର୍ଯ୍ୟନ୍ତ ଜର୍ମାନୀର ରାଇନ-ରୁହରରେ ହେବାକୁ ଥିବା ପ୍ରତିଷ୍ଠିତ ୨୦୨୫ ଫିଜୁ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ପ୍ରସ୍ତୁତି ହେଉଛି । ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଦ୍ୱାରା ନ୍ୟସ୍ତ କିଟ୍ - ଡିମ୍ଡ ଟୁ ବି ୟୁନିଭର୍ସିଟି, ଭୁବନେଶ୍ୱର ଏପ୍ରିଲ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଜାତୀୟ ସ୍ତରୀୟ ପରୀକ୍ଷଣ ଆୟୋଜନ କରିବାର ଦାୟିତ୍ୱ ଗ୍ରହଣ କରିଛି । ୭୦ ରୁ ଅଧିକ ପ୍ରତିଭାବାନ ଭଲିବଲ୍ ଏବଂ ୫୬ ଜଣ ଲନ୍ ଟେନିସ୍ ଖେଳାଳି ଯେଉଁଥିରେ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ତାରକା ମଧ୍ୟ ସାମିଲ ଅଛନ୍ତି । ବିଶ୍ୱ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ଦେଶ ସାରାରୁ ଏକତ୍ରିତ ହୋଇଛନ୍ତି । 
ଭଲିବଲ୍ ଏବଂ ଲନ୍ ଟେନିସ୍ ଚୟନ ପରୀକ୍ଷଣ ବ୍ୟତୀତ କିଟ ବିଶ୍ୱବିଦ୍ୟାଳୟ ଏପ୍ରିଲ ମାସରେ ଆଥଲେଟିକ୍ସ ଏବଂ ବ୍ୟାଡମିଣ୍ଟନ୍ ଚୟନ ପରୀକ୍ଷଣ ମଧ୍ୟ ଆୟୋଜନ କରିବ । ପୂର୍ବରୁ ବିଶ୍ୱବିଦ୍ୟାଳୟ ମାର୍ଚ୍ଚ ମାସରେ ସଫଳତାର ସହିତ ତୀରନ୍ଦାଜୀ ଚୟନ ପରୀକ୍ଷଣ କରିଥିଲା । ଚୟନ ପ୍ରକ୍ରିୟା ପରେ ଫିଜୁ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ରେ ଅଂଶଗ୍ରହଣ ପାଇଁ ମନୋନୀତ ଖେଳାଳିମାନଙ୍କୁ ପ୍ରସ୍ତୁତ କରିବା ପାଇଁ କିଟ୍ ବିଶ୍ୱବିଦ୍ୟାଳୟରେ ଏକ ମାସର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ।