ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ଭାରତକୁ ମିଳିଛି ଐତିହାସିକ ସ୍ୱର୍ଣ୍ଣ

ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରଥମଥର ପାଇଁ ଭାରତୀୟ ପୁରୁଷ କମ୍ପାଉଣ୍ଡ ଟିମ ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଅମନ ସୈନି, ଋଷଭ ଯାଦବ ଓ ପ୍ରଥମେଶ ବାଲଚନ୍ଦ୍ର ଫୁଜେଙ୍କୁ ନେଇ ଗଠିତ ଭାରତୀୟ ଟିମ ଏପରି କୀର୍ତ୍ତିମାନ ହାସଲ କରିପାରିଛି। ଫାଇନାଲରେ ଭାରତୀୟ ଟିମ ଫ୍ରାନ୍ସର ନିକୋଲ୍ସ ଗିରାର୍ଡ, ଜେନ ଫିଲିପେ ବୌଲଚ ଓ ଫ୍ରାଙ୍କୋସ ଡୁବୋଇସଙ୍କୁ ପରାସ୍ତ କରିଛି। ଫ୍ରାନ୍ସ ପୂର୍ବରୁ ୧୯୯୫ ଜାକାର୍ତ୍ତା ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଥିଲା। ପ୍ରଥମଥର ପାଇଁ କମ୍ପାଉଣ୍ଡ ଟିମ ଇଭେଣ୍ଟ ବିଶ୍ୱ ଚାମ୍ପିୟନଶିପରେ ସାମିଲ ହୋଇଥିବା ବେଳେ ଫ୍ରାନ୍ସ ବାଜି ମାରି ନେଇଥିଲା।