ସ୍ତ୍ରୀକୁ ହତ୍ୟା, ସ୍ୱାମୀ ଓ ଶାଶୂ ଥାନାରେ ଅଟକ

 ପିପିଲି : ପିପିଲିରେ ପୁଣି ଜଣେ ବିବାହିତା ମହିଳାଙ୍କ ସନେ୍ଦହ ଜନକ ମୃତୁ୍ୟ ଘଟିଛି  । ମୃତ୍ୟକୁ ନେଇ ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି  । ମୃତ ମହିଳା ଜଣଙ୍କ ପିପିଲି ଯଶୁଆପୁର ଗ୍ରାମର ସଂଘମିତ୍ରା ନାୟକ । ଏହିଘଟଣାରେ ମୃତା ମହିଳାଙ୍କ ସ୍ୱାମୀ ଅବିନାଶଙ୍କୁ ପିପିଲି ଥାନାରେ ଅଟକ ରଖିବା ସହିତ ମଙ୍ଗଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପୁରୀ ମୁଖ୍ୟ ଚିକିସôାଳୟକୁ ପଠାଇ ତଦନ୍ତ ଜାରି ରଖିଛି  ।
ଭୁବନେଶ୍ୱରେ ଏକ ଘରୋଇ କମ୍ପାନିରେ ଢେଙ୍କାନାଳ ଭୁବନ ଅଂଚଳର ସଂଘମିତ୍ରା ନାୟକ ଏବଂ ଅବିନାଶ ମହାନ୍ତି କାର୍ଯ୍ୟ କରୁଥିଲେ  । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା  । ପରିବାରର ବାରଣ ପରେ ଉଭୟ ୨୦୨୧ରେ ବିବାହ କରିଥିଲେ । କିଛି ଦିନ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ମନମାଳିନ୍ୟ ହୋଇଥିଲା  । ଅବିନାଶ ଭୂବନେଶ୍ୱରରେ କାର୍ଯ୍ୟ କରୁଥିବାବେଳେ ସଂଘମିତ୍ରା ଶାଶୁଘର ଗାଁ ପିପିଲି ଥାନା ଯଶୁଆପୁରରେ ରହୁଥିଲେ । ଶାଶୁ ବୋହୁଙ୍କ ମଧ୍ୟରେ ଅନେକ ଥର କଳି ଝଗଡା ହେବା ସହି ସଂଘମିତ୍ରାଙ୍କୁ ପରିବାର ଲୋକେ ଖାଇବାକୁ ନ ଦେବା ସହିତ ମାଡ ମାରୁଥିଲେ । ତେବେ ଏହାରି ଭିତରେ ସେ ଗତ ଡିସେମ୍ବର ମାସ ୨୭  ତାରିଖରେ ଏକ କନ୍ୟା ସନ୍ତାଟିଏ ଜନ୍ମ ଦେଇଥିଲେ  । କନ୍ୟା ସନ୍ତାନ କଣ ପାଇଁ ଜନ୍ମ କଲୁ ବୋଲି କହିବା ସହିତ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ଏଭଳି ଅତ୍ୟାଚାରର ପ୍ରତିବାଦ କରିବା ସଂଘମିତ୍ରାଙ୍କ ପକ୍ଷେ ସମ୍ଭବ ହୋଇ ନଥିବାରୁ ସେ ଭୂବନେଶ୍ୱର ସ୍ୱାମୀ ଙ୍କ ପାଖକୁ ଯିବା ପାଇଁ କହିଥିଲେ ବୋଲି ଆଜି ତାଙ୍କ ପରିବାର ପକ୍ଷରୁ ମଙ୍ଗଳପୁର ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ପୁଲିସ ଆଗରେ ବାହୁନି ବାହୁନି କାନ୍ଦି ପରିବାର ଲୋକେ କହିଥିଲେ । ମାତ୍ର ସ୍ୱାମୀ ସଂଘମିତ୍ରାଙ୍କୁ ଭୂବନେଶ୍ୱର ନେବା ପରିବର୍ତ୍ତେ ମା’ ଙ୍କୁ ସହଯୋଗ କରିବା ସହିତ ନେବା ପାଇଁ ତାରିଖ ଗଡାଉଥିଲେ ।  ଏ ସମ୍ପର୍କରେ ମୃତା ସଂଘମିତ୍ରା ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ଆଜି ସକାଳେ ଅବିନାଶ ସଂଘମିତ୍ରାଙ୍କ ବାପ ଘର ଲୋକଙ୍କୁ ତାଙ୍କ ଝିଅର ଦେହ ଖରାପ ଅଛି ସେ ମଙ୍ଗଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିବାର କହିଥିଲେ । ସଂଘମିତ୍ରାଙ୍କ ମା’ ଭାଇ ମଙ୍ଗଳପୁର ସ୍ୱାସ୍ଥ୍ୟକେନ୍ଦରେ ପହଂଚିବା ପରେ ଭଉଣୀର ମଅତ ଦେହ ପଡିଥିବାର ଦେଖିବାକୁ ପାଇଥିଲେ  । ମୃତା ସଂଘମିତ୍ରାଙ୍କ ବେକରେ ଦାଗ ରହିଥିବାବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତା ମହିଳା ଙ୍କ ମା’ ବାରେଣୀ ନାୟକ ପିପିଲି ଥାନାରେ ଅଭିଯୋଗ କରିଛନ୍ତି  । ପୋଲିସ ମଙ୍ଗଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ଶବଟିକୁ ଜବତ କରିବା ସହିତ ସାଇଂଟିଫିକ ଟିମ୍ ପହଂଚି ମୃତ ମହିଳାଙ୍କ ଶବର ପଂଚନାମା କରିବା ସହିତ ଗାଁକୁ ଯାଇ ଘରର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରିଥିଲା  । ତେବେ ମୋର ଏଥିରେ କୌଣସି ଭୂମିକା ନ ଥିବାର ଅବିନାଶ କହିଛନ୍ତି  । ଏ ସମ୍ପର୍କରେ ପିପିଲି ଥାନାରେ ୪୨୫/୨୦୨୫ରେ ହତ୍ୟା ମାମଲା ରୁଜୁ ହେବା ସହିତ ଅବନାଶକୁ ପିପିଲି ଥାନାରେ ଅଟକ ରଖାଯାଇ ତଦନ୍ତ ଚାଲିଥିବାର ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି  ।