ଚର୍ଚ୍ଚାରେ ସିଦ୍ଧାର୍ଥଙ୍କ ପ୍ରଚାର
ଗୋପ: ସମଗ୍ର ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ । ଏଠାରେ ମୁଖ୍ୟତଃ ତ୍ରିମୁଖୀ ଲଡାଇ ହେବାକୁ ଯାଉଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଭାତୀ ପରିଡା ଓ ବିଜୁ ଜନତା ଦଳ ପକ୍ଷରୁ ଦିଲ୍ଲୀପ ନାୟକ ଏବଂ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ସିଦ୍ଧାର୍ଥ ରାଉତରାୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଗତ ୯ ତାରିଖ ରେ ପ୍ରଥମ କରି ବିଜେପି ପକ୍ଷରୁ ପ୍ରଭାତୀ ପରିଡା ହଜାର ହଜାର ସଂଖ୍ୟକ ସମର୍ଥକ ଙ୍କୁ ନେଇ ତାଙ୍କ ନାମାଙ୍କନ ଦାଖଲ କରିଥିଲେ । ୧୦ ତାରିଖ ରେ ଦିଲ୍ଲୀପ ନାୟକ ସମୀର ଙ୍କୁ ଚକମ୍ମା ଦେଇ ବିଜେଡି ଟିକେଟ ହାତେଇ ହଜାର ହଜାର ସଂଖ୍ୟକଙ୍କୁ ସାଙ୍ଗରେ ନେଇ ନାମାଙ୍କନ କରିଥିଲେ । ଠିକ ସେହିଁ ଦିନ କଂଗ୍ରେସ ପକ୍ଷରୁ ସିଦ୍ଧାର୍ଥ ରାଉତରାୟ ମାତ୍ର ହାତ ଗଣତି ସମର୍ଥକଙ୍କ ସାଙ୍ଗରେ ନେଇ ଏକ ସାଇକେଲ ଯୋଗେ ହରିପୁର ଠାରୁ ନିମାପଡା ଗୋପ ନାଗପୁର ଚଇତନା ବାଲିଘାଇ ଦେଇ ପୁରୀ ଅଭିମୁଖର ଯାତ୍ରା କରିଥିଲେ । ତାହା ସମଗ୍ର ପୁରୀ ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ବସ୍ତୁ ହୋଇଛି । ଏ ସମ୍ପର୍କରେ କହିଛନ୍ତି ଯେ, ଚଳିତ ବର୍ଷ ସାଧାରଣ ନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀ ଭାବେ ସର୍ବାଧିକ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନରଙ୍କ ନିଦେ୍ର୍ଦଶ ରହିଛି । ସେ ଦୃଷ୍ଟିରୁ ସାଇକେଲରେ ପ୍ରଚାର କରୁଛନ୍ତି ବୋଲି ସିଦ୍ଧାର୍ଥ କହିଛନ୍ତି ।