ଜାତୀୟ ନାଟ୍ୟ ମହୋସବ:  "ଲୁହର ରଙ୍ଗ' ମଞ୍ଚସ୍ଥ

 ପାରାଦୀପ : ବନ୍ଦର ନଗରୀ ପାରାଦ୍ୱୀପରେ କ୍ୟାନମାସ ଦ୍ୱାରା ଜୟଦେବ ସଦନ ଠାରେ ଆୟୋଜିତ କ୍ୟାନଫେଷ୍ଟ - ୨୦୨୫ର ୬ଷ୍ଠ ସନ୍ଧ୍ୟାରେ ଜାଗରଣ ଆର୍ଟ ଇଣ୍ଟରନେସନାଲ ଦେଓଗଡ଼ର କଳାକାରମାନେ ସୁଜିତ୍ କୁମାର ପାତ୍ରଙ୍କ ନିଦେ୍ର୍ଦଶନାରେ ମଞ୍ଚସ୍ଥ କରିଥିଲେ ଓଡ଼ିଆ ନାଟକ "ଲୁହର ରଙ୍ଗ' । 
ସ୍ତ୍ରୀକୁ ହରାଇଥିବା ଜଣେ ପ୍ରବୀଣ ଚିତ୍ରକର ରାଇମୋହନ ପ୍ରାୟତଃ ରଙ୍ଗ ଓ ତୂଳୀ ଛାଡ଼ି ଦେଇ ହାତରେ ମଦ ବୋତଲ ଧରି ଅକାଳରେ ବିଧବା ହୋଇଥିବା ଝିଅର ଶାଶୁ ଘରୁ ଅପ୍ରତ୍ୟାଶିତ ଫେରିବା ଦେଖି ନିରାଶ ହୋଇଛନ୍ତି  ।  ସେ ସର୍ବଦା ତାଙ୍କ ବିଧବା ଝିଅ କଳ୍ପନାଙ୍କ ଭଙ୍ଗା ଜୀବନକୁ ପୁନଃସ୍ଥାପନ କରିବା ଓ ତାଙ୍କ ଝିଅକୁ ଏକ ଉପଯୁକ୍ତ ଜୀବନସାଥି ଯୋଗାଇବା ବିଷୟରେ ଚିନ୍ତା କରନ୍ତି  । ଏହି ସମୟରେ ଯୁବ ଚିତ୍ରଶିଳ୍ପୀ ଅବିନାଶ ଗୁରୁ ରାଇମୋହନଙ୍କ ପରିବାର ସଂସ୍ପର୍ଶରେ ଆସନ୍ତି ଓ ଅବିନାଶ ଏବଂ କଳ୍ପନା ପ୍ରେମରେ ପଡି ଯାଆନ୍ତି  । ଅବିନାଶ ତାଙ୍କ ବନ୍ଧୁ ଅଭିଷେକ ସମ୍ମୁଖରେ ଗୁପ୍ତ ଭାବରେ ତାଙ୍କ ପ୍ରେମ ସମ୍ବନ୍ଧରେ ପ୍ରକାଶ କରନ୍ତି  । ଅଭିଷେକ ଏହି କଥା ରାଇମୋହନଙ୍କୁ  କହି ପାରିଲେ ନାହିଁ  ।  ଏହି ସମୟରେ ରାଇମୋହନଙ୍କ ପଡୋଶୀ ପ୍ରବଚକ ଦିଲୀପ ବାବୁ ତାଙ୍କ ସାନ ଝିଅକୁ ମାତୃତ୍ୱର ସ୍ନେହ ପ୍ରଦାନ କରିବା ପାଇଁ କଳ୍ପନାଙ୍କୁ ବିବାହ କରିବାକୁ ରାଜି ହୁଅନ୍ତି । ଅବିନାଶଙ୍କ ହୃଦୟ ଭାଙ୍ଗି ଯାଏ ଓ ସେ ହତାଶାରେ ଭୁବନେଶ୍ୱର ଚାଲି ଯାଆନ୍ତି  । ସେ ତାଙ୍କ ଚିତ୍ରକଳା ପାଇଁ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କାର ପାଆନ୍ତି  । ତା ପରେ ପରିସ୍ଥିତି ଭିନ୍ନ ମୋଡ଼ ନିଏ  । ଦିଲୀପ ବାବୁ ଚାକିରିରୁ ଇସ୍ତଫା ଦିଅନ୍ତି ଏବଂ ଝିଅ ମିନିର ସଡ଼କ ଦୁର୍ଘଟଣାରେ ମୃତୁ୍ୟ ପରେ ସେ ବୃନ୍ଦାବନ ଚାଲିଯାଆନ୍ତି  । ଏପରି ଏକ ଗମ୍ଭୀର ସମୟରେ କଳ୍ପନା ସମସ୍ତଙ୍କୁ ହରାଇ ନିରାଶ ହୋଇ ଆତ୍ମହତ୍ୟା କରନ୍ତି  । ଅବିନାଶ ରାଇମୋହନଙ୍କ ଝିଅ ସହିତ ତାଙ୍କର ସମ୍ପର୍କ ବିଷୟରେ ତାଙ୍କର ପୂର୍ବ କଳ୍ପିତ ଉଦେ୍ଦଶ୍ୟ ପ୍ରକାଶ କରନ୍ତି  । ରାଇମୋହନ ଶୁଣି ଦୁଃଖିତ ହୁଅନ୍ତି ଓ ଲୁହରେ ଦାଗ ହୋଇଥିବା ବ୍ରସ୍ ଅବିନାଶଙ୍କୁ ଦିଅନ୍ତି  । ସେ ତାଙ୍କୁ କଳ୍ପନାଙ୍କ କପାଳରେ ସିନ୍ଦୂର ଲଗାଇବାକୁ ଅନୁମତି ଦିଅନ୍ତି  ।  ନାଟକରେ କଳାକାର ମାନଙ୍କର ନିଖୁଣ ଅଭିନୟ ଦର୍ଶକମାନଙ୍କୁ ଅନେକ ସମୟ ଧରି ବାନ୍ଧି ରଖିଥିଲା । ଅତିଥି ଭାବେ ଯୋଗଦାନ କରି  ବନ୍ଦରର ମୁଖ୍ୟ ଚିକିସôା ଅଧିକାରୀ ଡକ୍ଟର ବି ବି ଦାସ, ଜଗନ୍ନାଥ ଲଳିତ କଳା ସଂସଦର ସଭାପତି କ୍ୟାପଟେନ ଅଲେଖ ସାହୁ କଳାକାରମାନଙ୍କୁ ସମ୍ମାନିତ କରିଥିଲେ । ୭ମ ସନ୍ଧ୍ୟାରେ ବେଙ୍ଗଲ ରିପରଟରୀ, କଲିକତାର କଳାକାରମାନେ ସୁମନ ଶାହାଙ୍କ ନିଦେ୍ର୍ଦଶନାରେ ବଙ୍ଗଳା ନାଟକ କଥା କର୍ଣ୍ଣଭାର ମଞ୍ଚନ କରିବେ ।