ବାର୍ହା ଖାଇଗଲା ତରଭୁଜ ଫସଲ
ବରୀ : ବରୀ ବ୍ଲକ ବାଲିବିଲି ଅଞ୍ଚଳ ଚାଷୀ କୁଆଁରପୁର ମୌଜାରେ ଏକ ହେକ୍ଟର ଜମିରେ ଧାର କରଜ କରି ତରଭୁଜ ଫସଲ କରିଥିଲେ । ହେଲେ ଅମଳ କରିବା ପୂର୍ବରୁ ପ୍ରତ୍ୟେକ ଦିନ ରାତିରେ ବହୁ ସଂଖ୍ୟାରେ ବାର୍ହା ତରଭୁଜ ଫସଲ ନଷ୍ଟ କରୁଥିବା କଥା କହିଛନ୍ତି ଚାଷୀ ଅକ୍ଷୟ ସାମଲ ଓ ସତ୍ୟପ୍ରିୟ ସାମଲ । ଚାଷ କରି ଦୁଇ ପଇସା ରୋଜଗାର କରିବା ପାଇଁ ଉଭୟ ଚାଷୀ ଏକ ହେକ୍ଟର ଜମି ରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ତରଭୁଜ ଚାଷ କରିଥିଲେ । ହେଲେ ତରଭୁଜ ହେବା ସମୟରେ ପ୍ରତ୍ୟେକ ରାତିରେ ବହୁ ସଂଖ୍ୟାରେ ବଣୁଆ ଜୀବ ବାର୍ହା ଆସି ଏହି ତରଭୁଜ ଫସଲ ନଷ୍ଟ କରି ଦେଉଛନ୍ତି । ଉଭୟ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସେମାନେ ସରକାର ନିକଟରେ ଦାବି କରିଛନ୍ତି ।