ଧୋୟାଞ୍ଚଳରେ ବଢୁଛି ବନ୍ୟାଜଳ : ପାଣି ଘେରରେ ୮ଟି ପଞ୍ଚାୟତ
ରାଜନଗର : ବ୍ରାହ୍ମଣୀରେ ବଡଧରଣର ବନ୍ୟାଜଳ ଯୋଗୁଁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଲାଣି । ଧାନତଳି ଓ ରୁଆ ଯାଇଥିବା ଧାନଗଛ ନଷ୍ଟ ହେବା ସହ ଆଶଙ୍କା ଉପୁଜିଛି । ଚଳିତବର୍ଷ ରଜ ପରଠାରୁ ଲଘୁଚାପଜନିତ ଲଗାଣବର୍ଷା ତଳିଘେରା ପ୍ରସ୍ତୁତ କରିବାରେ ବାଧକ ସାଜିଛି । ବ୍ରାହ୍ମଣୀରେ ପ୍ରବାହିତ ବନ୍ୟାଜଳ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ରାଜନଗର ବ୍ଲକ ବନ୍ଧପଡା ପଞ୍ଚାୟତର ଚକିବାଙ୍କ, ଫିରିକିଦାଣ୍ଡି, ଦକ୍ଷିଣଦାଣ୍ଡି, ଗୋବିନ୍ଦପୁର, ସନ୍ଥପଡା, ଟାଙ୍ଗଣତୈଳା, ବନ୍ଧପଡା, ଓସ୍ତିଆ ପଞ୍ଚାୟତର ନଗଡ, ନଳଦିଆ, କଟକଣା, ବନ୍ଧପାଟଣା, ଓସ୍ତିଆ, ବେଲପାଳ ପଚଞ୍ଚାୟତ, ରାଜପୁର ପଞ୍ଚାୟତର ରାଜପୁର, ବାଲିଚନ୍ଦ୍ରପୁର, ଚନ୍ଦନପୁର, ବଳଭଦ୍ରପ୍ରସାଦ, କେରଡାଗଡ ପଞ୍ଚୟତ, ବାଲିସାହିପାଟଣା ପଞ୍ଚାୟତ, ଚାନ୍ଦିବାଉଁଶମୂଳ ପଞ୍ଚାୟତର ଶତାଧିକ ଚାଷୀ ତଳିଘେରା ନଷ୍ଟ ହେବା ନେଇ ଆଶଙ୍କାବ୍ୟକ୍ତ କରିଛନ୍ତି । ଚାନ୍ଦିବାଉଁଶମୂଳ, କେରଡାଗଡ ଓ ବାଲିସାହିପାଟଣା ପଞ୍ଚାୟତକୁ ଛାଡି ଦେଲେ ଅନ୍ୟ ୫ଟି ପଞ୍ଚାୟତ ଜଳବନ୍ଦୀରେ ରହିଛନ୍ତି । ରାସ୍ତାରେ ବନ୍ୟାପାଣି ଚାଲୁଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଡଙ୍ଗା ବ୍ୟବସ୍ଥା ହୋଇନଥିବାରୁ ବନ୍ୟାଜଳ ହୁ ହୁ ହୋଇ ମାଡୁଥିବାରୁ କୁମ୍ଭୀର ଭୟ ସୃଷ୍ଟି ହୋଇଛି । ବନ୍ୟାଜଳ ମାଡୁଥିବାରୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡ. ରଶ୍ମିରାଞ୍ଜନ ମହାନ୍ତିଙ୍କ ସହ ଡାକ୍ତରୀ ଦଳ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଔଷଧ ଓ ଓଆରଏସ ବଟଂନ କରିଛନ୍ତି ।