ଜାତୀୟ ପୁରସ୍କାର ସମ୍ବନ୍ଧୀୟ ତାଲିମ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଦିବସୀୟ ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ଓ ପଞ୍ଚାୟତ ପୁରସ୍କାର ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ପରାମର୍ଶଦାତା ମନୋଜ କୁମାର ସ୍ୱାଇଁ, ସୁକନ୍ୟା ସ୍ୱାଇଁ, ମନମୋହନୀ ମହାନ୍ତି, ଅବଦୁଲ ଖାନ ପ୍ରମୁଖ ଏହି ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ । ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ତଥା ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଆବଶ୍ୟକୀୟ ସୂଚନା ଓ ଆବେଦନ ପ୍ରକ୍ରିୟା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଜୀବିକା ମିଶନ ଶକ୍ତି, ଗ୍ରାମ ପଞ୍ଚାୟତ ଅଧିକାରୀ, ମଙ୍ଗଳ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, କମ୍ପୁ୍ୟଟର ପୋଗ୍ରାମର, ଏମଆଇ ପ୍ରମୁଖ ତାଲିମ ଗ୍ରହଣ କରିଥିଲେ ।