ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ


ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡ଼ା : ବିଜେପି ସରକାରଙ୍କ ଦୁର୍ନିତି ବିରୋଧୀ କାର୍ଯ୍ୟାନୁଷ୍ଠାନ ବଲବତ୍ତର ରହିଛି । ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦିପ ମହାପାତ୍ରଙ୍କ ଘର ସମେତ କଟକ, ଭୁବନେଶ୍ୱର ଓ କେନ୍ଦ୍ରାପଡାର ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ କରାଯାଇ ବହୁ ଆୟ ବର୍ହିଭୁତ ସମ୍ପତ୍ତି ମିଳୁଥିବା ସୂଚନା ମିଳିଛି । ଅଭିଯୋଗ ପରେ ସେଣ୍ଟ୍ରାଲ ଭିଜିଲାନ୍ସ ଜଜଙ୍କ ନିଦେ୍ର୍ଦଶ କ୍ରମେ ଭିଜିଲାନ୍ସ ବିଭାଗର ସଦର ଡିଭିଜନ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରା ଯାଇଥିବା ଜଣାପଡଛି । କେନ୍ଦ୍ରାପଡା ଜିଲ୍ଲା ବେସାମରିକ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ସହକାରୀ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦିପ ମହାପାତ୍ର ବିପୁଳ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବାପରେ ସରକାରୀ କାର୍ଯ୍ୟାଳୟର କାଗଜପତ୍ର ଯାଞ୍ଚ କରାଯାଇଛି । କିଛି ରାଜନେତାଙ୍କ ଛତ୍ରଛାୟା ତଳେ ରହି ପ୍ରଦିପ ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗ ରହିଥିଲା  ।