କୋଇଲା ଚୋର ଗିରଫ
ତିହିଡି: ମୋଷ୍ଟ ୱାଣ୍ଟେଡ ତଥା କୁଖ୍ୟାତ କୋଇଲା ଚୋର ଶିବ ମଳିକ ଗିରଫ । ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ଜିଝାରପୁର ଗାଁର ଶିବ ମଳିକଙ୍କ ଘର । ଚଳନ୍ତା ରେଳରୁ ସଂଗଠିତ ଭାବେ କୋଇଲା ଚୋରୀ କରିବାରେ ଧୁରନ୍ଧର ଶିବ । ମାଫିଆମାନଙ୍କୁ ଦୈନିକ ଟ୍ରିପ୍ ଟ୍ରିପ୍ ଚୋରା କୋଇଲା ଯୋଗାଇ ଥାଆନ୍ତି ଏହି ଅଭିଯୁକ୍ତ ।
ପୁଲିସ ରେକର୍ଡରେ କୋଇଲା ଚୋରୀ ସମ୍ପର୍କରେ ତାଙ୍କ ବିରୋଧରେ ବିଭିନ୍ନ ସମୟରେ ଥାନାରେ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ପୀରହାଟ ପୁଲିସ ଗାଡି ପୋଡି ଓ ପାଳିଆରେ ଘଟିଥିବା ସଂପ୍ରଦାୟିକ ହିଂସାରେ ଶିବର ପ୍ରମୁଖ ଭୂମିକା ଥିବା ସୂଚନା ଦେଇଛନ୍ତି ଆଇଆଇସି ପ୍ରସନ୍ନ କୁମାର ନାୟକ । ବିଭିନ୍ନ ସମୟରେ କୌଶଳକ୍ରମେ ଖସି ପଳେଇ ଯାଉଥିବା ଶିବ ଗତକାଲି ସଂଧ୍ୟାରେ ଧରା ପଡିଛି । ଏକ ବୋଲେରୋରେ ଚୋରା କୋଇଲା ·ଲାଣ କରୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ଆଇଆଇସିଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ରେଳଧାରଣା ନିକଟରୁ ଶିବକୁ ଧରିବାରେ ସକ୍ଷମ ହୋଇଥିଲା । ତାଙ୍କ ଠାରୁ ବୋଲେରୋ ସହ କିଛି ବସ୍ତା କୋଇଲା ଜବତ୍ କରାଯାଇଥିଲା । ପରେ ପୁଲିସ ତାଙ୍କ ଘର ପାଖକୁ ଯାଇଥିଲା । ସେଠାରେ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଥିଲେ ମଧ୍ୟ ଘରୁ କେତେକ ଖାଲି ବସ୍ତା, ୨ଟି ଆଙ୍କୁଡା ଏବଂ କୋଇଲା ବୋଝେଇ କରାଯାଉଥିବା ଫାଉଡା ମଧ୍ୟ ଜବତ୍ କରିଛି ପୁଲିସ । ଏଥିସହ ଗୁପ୍ତଭାବେ ଏହି ଅଭିଯୁକ୍ତ କେତେକ ସ୍ଥାନରେ ଚୋରା କୋଇଲା ଗଚ୍ଛିତ ରଖିଥିବା ପୁଲିସ ଜାଣିବାକୁ ପାଇଛି ଏବଂ ପରବର୍ତ୍ତୀ ସମୟରେ ଏହାର ଖୁଲାସା କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ଶିବ ଠାରୁ ୪୦ବସ୍ତା ଚୋରା କୋଇଲା ସହିତ ପିକ୍ଅପ୍ ଭ୍ୟାନ୍ ଓଡି-୨୨-ଜେଡ୍- ୩୭୧୨କୁ ଜବତ କରାଯାଇଛି । ତେବେ ଶିବ ବିରୋଧରେ ଥାନାରେ ଏକ ମାମଲା ୫୨୩/୨୪, ଦଫା ୩୦୩(୨), ୧୧୧(୩), ୩୧୭(୨), ୧୩୨, ୩(୫) ଏବଂ ୧୨ ଓଡିଶା ମିନେରାଲ ଏକ୍ଟ ରୁଜୁ କରାଯାଇ ରବିବାର ଅପରାହ୍ନରେ କୋର୍ଟ ·ଲାଣ କରାଯାଇଥିବା ଜଣାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ର୍ନିେଶ ରହିଛି ଆଉ କୋଇଲା ଚୋରଙ୍କୁ ସୁଯୋଗ ଦିଆଯିବ ନାହିଁ । ଘରେ ପଶି ଗୋଡେଇ ଗୋଡେଇ ଧରାଯିବ । ଏନେଇ ତିହିଡି ପୁଲିସ ଅଧିକ କ୍ରିୟାଶୀଳ ହୋଇଛି । ଜୀବନକୁ ବାଜି ଲଗେଇ ଚଳନ୍ତା ରେଳରୁ କୋଇଲା କାଢିବା ପରି ଏକ କଳଙ୍କିତ ଅଧ୍ୟାୟକୁ ନିପାତ କରିବା ଲାଗି ଉଦ୍ୟମ ଆରମ୍ଭ କରାଯାଇଛି । ବିଗତ କିଛିଦିନ ହେବ ଏହି ଚୋରା ବେପାର ଉପରେ ଚଢାଉ ପରେ ଚଢାଉ କରାଯାଇ ବିପୁଳ ପରିମାଣରେ ଚୋରା କୋଇଲା ସମେତ ବ୍ୟବହୃତ ସରଞ୍ଜାମ ଜବତ୍ କରାଯାଇଛି ।