ମାର୍ଚ୍ଚ ୨୪ରେ ଜଗନ୍ନାଥ ମହୋତ୍ସବ
ନିଆଳି: କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ଶାସନ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ ଏକ ସାମ୍ୱାଦିକ ସମ୍ମିଳନୀ ଯୁବ ଜାଗ୍ରତ ମଞ୍ଚ ପକ୍ଷରୁ ଆୟୋଜିତ ହୋଇଯାଇଛି । ଆସନ୍ତା ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ହୋଇ ଏହି ମହୋତ୍ସବ ମାର୍ଚ୍ଚ ୨୯ ତାରିଖରେ ଉଦ୍ୟାପନ ହେବାର ସୂଚନା ଦିଆଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ୨୪ ବେଶ ଓ ୫୬ ଭୋଗ, ବିଶ୍ୱଶାନ୍ତି ମହାଯଜ୍ଞ ଓ ସାଧୁ ସନ୍ଥ ସମାବେଶ ଓ ପୁସ୍ତକ ପ୍ରଦର୍ଶନୀ ଆଦି ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ସାମ୍ୱାଦିକ ସମ୍ମିଳନୀରେ ଶ୍ରୀଜଗନ୍ନାଥ ମହିମାର ପ୍ରଚାରକ ବାବାଜି ଅମୃତାନନ୍ଦ ଦାସ ମହାରାଜ, ଶ୍ରୀଜଗନ୍ନାଥଙ୍କ ପାଟ ସେବକ ମହାଭାଗ ଦୁର୍ଯେ୍ୟଧନ ସାହୁ, ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ୟାସୀ ଜି, ସରପଞ୍ଚ ରୋହିଣୀ ଭୋଇ, ଯୁବ ଜାଗ୍ରତ ମଂଚର ଅଧକ୍ଷ କଳ୍ପତରୁ ଖୁଣ୍ଟିଆ, ପ୍ରାଚୀ ପ୍ରଜ୍ଞା ପରିଷଦର ଅଧକ୍ଷ ଅଶ୍ୱିନୀ କୁମାର ମହାପାତ୍ର, ଶିକ୍ଷାବିତ୍ ଡ . ମନୋଜ କୁମାର ଦାଶ, ଆଞ୍ଚଳିକ ଶାନ୍ତି କମିଟିର କାର୍ଯକାରୀ ସଭାପତି ସ୍ୱାଧୀନ ଚେତା ମହାନ୍ତି, ସାଧାରଣ ସମ୍ପାଦକ ସୁରେନ୍ଦ୍ର ମହାପାତ୍ର, ବାଦଲ ଜେନା, ସମାଜସେବୀ ଉମାକାନ୍ତ କର, କୈଳାସ ମୁଦୁଲି, ଆଇନଜୀବୀ କବି ନାରାୟଣ ଜେନା, ସମାଜସେବୀ ଗତିକୃଷ୍ଣ ଶତପଥୀ, ସମାଜସେବୀ ଅଶୋକ କୁମାର ରଥ, ସମାଜସେବୀ ବିଭୂତି ରାୟ ଓ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ଚେତନା ପରିଷଦର ସଭାପତି ଗିରିଧାରୀ ସାହୁ, ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ଯୁବ ଜାଗ୍ରତ ମଞ୍ଚର ସମ୍ପାଦକ ଅରୁଣ କୁମାର ସାହୁ ପରିଚାଳନା କରିଥିବାବେଳେ ପଣ୍ଡିତ ଅଜୟ କୁମାର ପତି ଧନ୍ୟବାଦ୍ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ମଞ୍ଚର ବରିଷ୍ଠ ସଦସ୍ୟ ଦିଲ୍ଲୀପ ବେହେରା, ପ୍ରିୟଦର୍ଶିନୀ ସ୍ୱାଇଁ, ବିଶ୍ୱଜିତ୍ ବେହେରା ଦିଲ୍ଲୀପ କୁମାର ବେହେରା, ସତ୍ୟ ନାରାୟଣ ମହାନ୍ତି, ପ୍ରକାଶ ନାଏକ, ପ୍ରଦୀପ ପରିଜା, ଅବଦୁଲ ବାରି, ପ୍ରତାପ ଚନ୍ଦ୍ର ପଣ୍ଡା, କୈଳାସ ଚନ୍ଦ୍ର ସାହୁ, ଦେବ ଜ୍ୟୋତି ଆଚାର୍ଯ୍ୟ ସୁକାନ୍ତ ବେହେରା,ସୁମିତ୍ରା ବେହେରାଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ ବ୍ୟକ୍ତି ଯୋଗ ଦେଇ ଏହି ମହୋତ୍ସବର ସଫଳତା କାମନା କରିଥିଲେ ।