ଜାତୀୟ ବିଜ୍ଞାନ ଦିବସ ପାଳିତ

 ବେତନଟୀ : ବେତନଟୀ ବ୍ଲକ ଅଧିନ ଆଗ୍ରିଆ ପଞ୍ଚାୟତର ବଡଛୁରୁଣୀ ସ୍ଥିତ ପଦ୍ମଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱନୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏମପିସି ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷକ ନିରୋଜ କୁମାର ମହାନ୍ତ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ବିଶେଷ ଭାବେ ସିଭି ରମଣଙ୍କ ଉପରେ ଆଲୋଚନା କରି ପ୍ରତିଫଳନ ଓ ପ୍ରତିସରଣ ସଂପର୍କରେ ବିଶେଷ ଆଲୋଚନା କରିଥିଲେ । ବିଜ୍ଞାନ ଆମ ପାଇଁ ଯେତିକି ଉପଯୋଗୀ ସେତିକି ଧ୍ୱଂସାଭିମୁଖୀ ବୋଲି ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ତାପସ ରଂଜନ ଗୋଚ୍ଛାୟତ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସତରୂପା ପଟେଲ, ଭାଗ୍ୟଶ୍ରୀ ହୋତା, ମଲ୍ଲିକା କିସ୍କୁ, ପୁଷ୍ପିତା ବିଶ୍ୱାଳ, ମୌସୁମୀ ରାଉ. ରଂଜନ ଜେନା, ପ୍ରଦୁ୍ୟମ୍ନ କୁମାର ସାହୁ, ଜ୍ୟୋତି ରଂଜନ ଜେନା, ପ୍ରଫୁଲ୍ଲ କୁମାର ବେହେରା, ପିନାକୀ ପ୍ରିତିମାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।