ଆଳି ବିଜେଡି ସଭାପିଙ୍କୁ ମାଡ; ୭ ଦିନ ମଧ୍ୟରେ ଗିରଫ ନହେଲେ ଥାନା ଘେରାଉ   

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଯୁବ ବିଜେଡି ସଭାପତି କେଦାରନାଥ ବେହେରାଙ୍କୁ ବିଜେପିର ସ୍ଥାନୀୟ କେତେକ ଯୁବକ ମରଣାତ୍ମକ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ପୁଲିସ ବିଜେଡି ସଭାପତି ଶ୍ରୀ ବେହେରାଙ୍କ ଏତଲା ଅନୁଯାଇ ଏକ ମାମଲା ରୁଜୁ କରି ହାତବାନ୍ଧି ବସିଥିବା ବିଜେଡିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ଆସନ୍ତା ୨୬ ତାରିଖ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ଥାନା ଘେରାଉ ଓ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ୧୧ ତାରିଖ ଦିନ ଆଳିର ଯୁବ ବିଜେଡି ସଭାପତି କେଦାରନାଥ ବେହେରାଙ୍କୁ ପ୍ରାୟ ୮ଜଣ ଯୁବକ ଠେଙ୍ଗା ଲୁହା ରଡ ଇତ୍ୟାଦିରେ ଜୀବନରୁ ମାରିଦେବା ଉଦେ୍ଦଶ୍ୟରେ ଆକ୍ରମଣ କରିଥିଲେ । ଏନେଇ ଦୀର୍ଘ ୮ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ପ୍ରଶାସନ କୌଣସି ଅଭିଯୁକ୍ତକୁ ଗିରଫ ନକରିବାରୁ ଅଭିଯୁକ୍ତମାନେ ଖୋଲାଖୋଲି ଭାବରେ ବୁଲୁଛନ୍ତି ଓ ପୁନର୍ବାର ଶ୍ରୀ ବେହେରାଙ୍କୁ ଧମକ ଦେଉଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କୁ ଭେଟି ପ୍ରତିନଧି ଦଳ ଆଲୋଚନା କରିଛନ୍ତି । ଏହି ଆଲେଚନା ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କନକଲତା ବେହେରା, ଜୁନିଆ ସରପଞ୍ଚ ଶରତ ନାୟକ, ସନ୍ତୋଷ କୁମାର ବେହୁରିଆ, ମୋନାଲିସା ଦାସ, ଚେୟାରମ୍ୟାନ ଲକ୍ଷ୍ମୀଧର ମଲିକ ପ୍ରମୁଖ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି  ।