ଜିଦ୍ରେ ଅଟଳ ବିସ୍ଥାପିତ ପରିବାର ଫେଲ ମାରିଲା ଆଲୋଚନା

 ଯାଜପୁର-ଦାନଗଦୀ: ବିଭିନ୍ନ ଦାବି ନେଇ ଚଳିତ ମାସ ୨୫ ତାରିଖରୁ ନୀଳାଚଳ କାରଖାନା ସମ୍ମୁଖ ଡୁବୁରୀ-ଦାନଗଦୀ ରାସ୍ତାରେ ବସିରହିଥିବା ବିସ୍ଥାପିତ ପରିବାର ଜିଦରେ ଅଟଳ ରହିଛନ୍ତି । ନୀଳାଚଳ ବିସ୍ଥାପିତ ମୃତକ ପରିବାରର ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି, ଯେବେ ଠାରୁ ନୀଳାଚଳ ଇସ୍ପାତକୁ ଟାଟା ଲଙ୍ଗ ପ୍ରଡକ ଅଧିଗ୍ରହଣ କରିଛି ସେହି ଦିନ ଠାରୁ ବିସ୍ଥାପିତ ପରିବାରର ୧୮ବର୍ଷର ଅଧିକ ଥିବା ସଦସ୍ୟଙ୍କୁ ସ୍ଥାୟୀ ଚାକିରୀର ବ୍ୟବସ୍ଥା, ବିସ୍ଥାପିତ ସମୟରେ ଯେଉଁ ମାନେ ଚାକିରୀ ବଦଳରେ ଅର୍ଥ ନେଇଥିଲେ ସେମାନଙ୍କ ଅର୍ଥକୁ ମୂଲ୍ୟାଙ୍କନ କରି ନିଯୁକ୍ତି ପ୍ରଦାନ ଓ ସମସ୍ତ ବିସ୍ଥାପିତ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ ଦାବିରେ ୪ଦିନ ହେଲା ଅହୋରାତ୍ର ଧାରଣାରେ ବସିଥିବା ବେଳେ ପ୍ରଶାସନ ସେମାନଙ୍କୁ ବୁଝାଇବାରେ ସଫଳ ହୋଇପାରିନି । ଜିଦରେ ଅଟଳ ଥିବା ପରିବାର ସହ ଆଜି ପୁଣି ଅତିରିକ୍ତ ଜିଲାପାଳ କଳିଙ୍ଗନଗର ସପନ କୁମାର ନନ୍ଦଙ୍କ ସହ ଟାଟା ପିଆରଓ, ସୁରକ୍ଷା ଅଧିକାରୀ, ଏଏସପି, କଳିଙ୍ଗନଗର ଥାନା ପୁଲିିସ ଦୀର୍ଘ ସମୟଧରି ଆଲୋଚନା କରିଥିଲେ ହେଁ ଫେଲ ମାରିଥିଲେ । ଆଲୋଚନା ବେଳେ ପ୍ରଶାସନୀକ ଅଧିକାରୀ ବିସ୍ଥାପିତଙ୍କ ଦାବିକୁ ମାନିବାରେ କୈାଣସି ଅସୁବିଧା ନଥିବା ଏବଂ ସେଥିପାଇଁ ସମୟ ଦେବାକୁ କହିଥିଲେ । ହେଲେ ବିସ୍ଥାପିତ ପରିବାର ସମୟ ଦେବୁ ହେଲେ ଆମ ଦାବିକୁ ମାନି ନିଆଗଲା ବୋଲି ଲିଖିତ ଭାବେ ଦେବାକୁ ଦାବି ରଖିଥିଲେ । ଯାହା ପ୍ରଶାସନୀକ ଅଧିକାରୀଙ୍କ କର୍ତୁତ୍ୱ ବାହାରେ ବୋଲି ଜଣାଇଥିଲେ । ଫଳରେ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନାରୁ କୈାଣସି ନିର୍ଯ୍ୟାଶ ବାହାରି ପାରିନଥିଲା । ନୀଳାଚଳ କାରଖାନା ବିସ୍ଥାପିତ ପରିବାର ପକ୍ଷରୁ ଦାବିରେ ପ୍ରଶାସନକୁ ନୋଟିସ କରି ଆନେ୍ଦାଳନ ଡାକରା ଦେଇଥିଲେ । ଡୁବୁରୀ-ଦାନଗଦୀ ରାସ୍ତାର ଗୋଟିଏ ପାଶ୍ୱର୍ରେ ବିସ୍ଥାପିତ ଡେରାପକାଇଥିବା ବେଳେ ପୁଲିସ ବଳମଧ୍ୟ କୈାଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବାକୁ ଜଗିରହିଛନ୍ତି । ଅତିରିକ୍ତ ଜିଲାପାଳଙ୍କ ଠାରୁ ପୁଲିସ ଅଧିକାରୀ ଆନେ୍ଦାଳନକୁ ହଟାଇବାକୁ ଉଦ୍ୟମ କରି ବାରମ୍ବାର ବିଫଳ ହୋଇଚାଲିଥିବା ବେଳେ ରାସ୍ତାକୁ ମୁକ୍ତ କରିବାକୁ କୈାଣସି ବି ସମୟରେ କଠୋର ନିଷ୍ପତି ନେବାର ସମ୍ଭାବନା ରହିଛି । ଅନ୍ୟପଟେ ରାଜରାସ୍ତାରେ ସବୁ ସମାଧାନ ହେଉ । ବିସ୍ଥାପିତ ପରିବାର ଯେତେ ଦିନ ପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି ଆମେ ଆଉ ପଛକୁ ଫେରିବୁ ନାହିଁ ବୋଲି ପ୍ରକାଶ କରିଛନ୍ତି ।