ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉସବ 

 ବରୀ : ବରୀ ବ୍ଲକ ଅଟିରା ପଞ୍ଚାୟତ ଅନ୍ତର୍ଗତ ସ୍ଥନନ ଠାରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୪ତମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି  । ପ୍ରମୋଦ କୁମାର ବିଶ୍ୱାଳଙ୍କ ସଭା ପରିଚାଳନାରେ ମୁଖ୍ୟ ଅତିଥିଭାବେ ଟାଟା ପାୱାର ଅର୍ଥ ପରିଚାଳକ ଡକ୍ଟର ସୁରେଶ ଚନ୍ଦ୍ର ନନ୍ଦ, ମୁଖ୍ୟପ୍ରବକ୍ତା ଶିକ୍ଷାବିତ ଓ ସାହିତ୍ୟକ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ  । ମନ ଦେଇ ପାଠ ପଢିଲେ ସୁନାଗରିକ ହେଇ ଦେଶର ଟେକ ରଖିବେ ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ  । ବିଦ୍ୟାଳୟର ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଓ ପ୍ରଧାନ ଶିକ୍ଷକ ଶୁକଦେବ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ  । ଅଟିରା ସାଧନ କେନ୍ଦ୍ରର ସଂଯୋଜକ ଚକ୍ରଧର ମୁଦୁଲି ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରମିଳା ବିଶ୍ୱାଳଙ୍କ ପରିଚାଳନାରେ ବିଭିନ୍ନ କ୍ରୀଡାରେ କୃତିତ୍ୱ ଓ ଶେଷ୍ଠ ବୃତ୍ତି ପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ  । ଶିକ୍ଷକ ବିଜୟ କୁମାର ସାହୁ ଧନ୍ୟବାଦ ଦେଇଥିବାବେଳେ ପ୍ରମିଳା ବିଶ୍ୱାଳ, ପ୍ରେମଲତା ସାହୁ, ଶ୍ରୁତି ରେଖା ସାହୁ, ଚିନ୍ମୟୀ ଦାସ, ପ୍ରଭାସିନୀ ରାଉତ, ପ୍ରମୋଦ ଦାସ, ଭରତ ପରମାଣିକ, ଦେବାଶିଷ ଦାସ, ସନ୍ତୋଷ କୁମାର ଜେନା ପରିଚାଳନାରେ ସହଯୋଗ କରିଥିଲେ  ।