‘ଜିନ୍ଦଲ କୃଷି ସେବା’ ଆରମ୍ଭ

ଅନୁଗୁଳ  : କୁରୁକ୍ଷେତ୍ରର ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିରୁ ଅନୁପ୍ରାଣିତ ହୋଇ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘ଜିନ୍ଦଲ କୃଷି ସେବା’ ଆରମ୍ଭ କରାଯାଇଛି । ଅନୁଗୁଳ ଜିଲ୍ଲାରେ ପ୍ରାକୃତିକ କୃଷି ଏବଂ ରାସାୟନିକ ସାର ଓ କୀଟନାଶକ ମୁକ୍ତ କୃଷି ଉତ୍ପାଦନକୁ ପ୍ରୋତ୍ସାହନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ସବୁଜ ପତାକା ଦେଖାଇ ଏକ ଭ୍ରାମ୍ୟାମଣ ମୃତ୍ତିକା ପରୀକ୍ଷଣ ଭ୍ୟାନର ଶୁଭାରମ୍ଭ କରିବା ସହିତ ଏହି ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ଅନୁଗୁଳ ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ର, ଉଦ୍ୟାନ କୃଷି ଉପ-ନିଦେ୍ର୍ଦଶକ ଅମ୍ବର ଲୁବୁନ୍, ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳକ ଆଶୁତୋଷ ରାୟ, ପ୍ରମୁଖ ବୈଜ୍ଞାନିକ ଏବଂ କେଭିକେ ଅନୁଗୁଳର ମୁଖ୍ୟ ଦେବାଶିଷ ମିଶ୍ର, ଜେଏସପିର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ  ପଙ୍କଜ ମଲହାନ, ସିଏସ୍ଆର ଏବଂ ଶିକ୍ଷାର ପ୍ରେସିଡେଣ୍ଟ ତଥା ଗ୍ରୁପହେଡ ପ୍ରଶାନ୍ତ କୁମାର ହୋତାଙ୍କ ସହ ୩ ଶହରୁ ଅଧକ ଚାଷୀ, ସରକାରୀ ଅଧିକାରୀ ଏବଂ କୃଷି ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରୀମତି ଜିନ୍ଦଲ କହିଥିଲେ, ଜିନ୍ଦଲ କୃଷି ସେବା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାକୃତିକ କୃଷି ପଦ୍ଧତିକୁ ଆପଣାଇବା ପାଇଁ କୃଷକଙ୍କୁ ତାଲିମ ପ୍ରଦାନ ସହିତ ସେମାନଙ୍କ ଦକ୍ଷତା ବିକାଶ, ପ୍ରାକୃତିକ ବିହନ ଉପଚାର, ପ୍ରାକୃତିକ କୃଷି ସାମଗ୍ରୀ ଯେମିତି କି ଜିଆ ଖତ, ଗାଈ ଗୋବର ଏବଂ ଗୋ-ମୂତ୍ରର ବ୍ୟବହାର, ଫସଲ ବିବିଧତା, ଆଧୁନିକ କୃଷି ଉପକରଣର ବ୍ୟବହାରକୁ ପ୍ରୋସôାହିତ କରାଯିବ । ପରିବେଶ ସନ୍ତୁଳନ, ଖାଦ୍ୟ ସୁରକ୍ଷା ଏବଂ କୃଷକ ଓ କୃଷି ପରିବାରର ଉନ୍ନତି ସହିତ ଗାଁ ଆର୍ଥôକ ଉନ୍ନତି ପାଇଁ ଜିନ୍ଦଳ ଫାଉଣ୍ଡେସନ୍ ସର୍ବଦା ପ୍ରୟାସରତ । ପ୍ରାରମ୍ଭିକ ଭାବରେ ଏହି ସେବା ଅନୁଗୁଳ ଜିଲ୍ଲାର ୪୯ଟି ଗାଁର ଚାଷୀଙ୍କ ପାଇଁ ଉପଲବ୍ଧ ହେବ । ଏହି ଅବସରରେ ମୃତ୍ତିକା ପରୀକ୍ଷଣର ଏକ ପ୍ରଦର୍ଶନୀ କରାଯାଇଥିଲା । ଯାହା ମୃତ୍ତିକା ବିଶ୍ଲେଷଣ ଉପରେ ବ୍ୟବହାରିକ ଜ୍ଞାନ ଓ ଚିରସ୍ଥାୟୀ କୃଷି  ବିଷୟରେ ସଚେତନତା ବୃଦ୍ଧି କରିଥିଲା । କୁରୁକ୍ଷେତ୍ରରେ ପ୍ରାକୃତିକ କୃଷି ଉପରେ ପ୍ରଶିକ୍ଷଣ ଲାଭ କରିଥିବା ସମ୍ପର୍କରେ ବର୍ଣ୍ଣନା କରି କୁଲେଇର ପିତାମ୍ବର ପ୍ରଧାନ, ଟୁକୁଡାର ପ୍ରତାପ ପ୍ରଧାନ ଏବଂ ମଝିକାର ଶ୍ରୀଦ୍ୱାରୀ ପ୍ରଧାନ ଜିନ୍ଦଲ ଫାଉଣ୍ଡେସନର କୃଷି ପଦକ୍ଷେପର ପ୍ରଶଂସା କରିଥିଲେ ।