ଜିନ୍ଦଲ ପକ୍ଷରୁ ପୁରୀରେ ଭୋଜନ ସେବା

 ଭୁବନେଶ୍ୱର  : ପୁରୀର ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ସେବା କରିବାର ଏହାର ଦୀର୍ଘ ପରମ୍ପରାକୁ ଜାରି ରଖି, ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ଏହି ବର୍ଷ ଭକ୍ତମାନଙ୍କ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଭୋଜନ ସେବା ଯୋଗାଇ ଦେଇଛି  । ନବଯୌବନ ଦର୍ଶନ ଦିନ ଠାରୁ ଆରମ୍ଭ କରି ସୁନାବେଶ ପର୍ଯ୍ୟନ୍ତ ୧୧ ଦିନ ଧରି ଜିନ୍ଦଲ ଫାଉଣ୍ଡେସନ ସତେଜ ଗରମ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲା  । ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଭୋଜନ ସେବା ଯୋଗାଇବା ପାଇଁ ରେଳ ଷ୍ଟେସନ ନିକଟ ଏବଂ ଗୁଣ୍ଡିଚା ମନ୍ଦିର ପାଖ ବସ୍ ଷ୍ଟାଣ୍ଡରେ ଦୁଇଟି ବଡ଼ ଷ୍ଟଲ୍ ଖୋଲାଯାଇଥିଲା । ଏହି ଷ୍ଟଲ ଗୁଡିକରେ ସତେଜ ରନ୍ଧା ଯାଇଥିବା ପୁ୍ଷ୍ଟିକର ପାରମ୍ପରିକ ଓଡ଼ିଆ ଖାଦ୍ୟ ଯଥା ଅରୁଆ ଅନ୍ନ, ଡାଲମା ଏବଂ ଖଟା ପ୍ରଦାନ କରାଯାଇ ଥିଲା  । ପରିଷ୍କାର ପରିଚ୍ଛନ୍ନ ପରିବେଶରେ ଏହି ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ଆଧ୍ୟାତ୍ମିକ ଭାବାବେଗକୁ ମଧ୍ୟ ପ୍ରାଥମିକତା ଦିଆଯାଇଥିଲା  । ୧୬୦ରୁ ଅଧିକ ସମର୍ପିତ ସ୍ୱଚ୍ଛାସେବୀ ଓ କର୍ମଚାରୀ ନିରନ୍ତର ଭାବେ ରନ୍ଧନ, ପରିବହନ ଓ ବଣ୍ଟନ କାର୍ଯ୍ୟରେ ନିୟୋଜିତ  ଥିଲେ ।  ଏହି ଅବସରରେ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି, "ରଥଯାତ୍ରା ସମୟରେ ଜଣେ ବି ଶ୍ରଦ୍ଧାଳୁ ଯେପରି ଭୋକରେ ରହିବେ ନାହିଁ ସେଥିପାଇଁ ବିଗତ ୧୧ ବର୍ଷ ଧରି ଆମର ଏହି ସମର୍ପିତ ପ୍ରୟାସ ଜାରି ରହିଛି । ଏହି ପବିତ୍ର ଶ୍ରଦ୍ଧା ଓ ଏକତାର ପର୍ବରେ ଆମେ ସେବା କରିପାରୁଥିବାରୁ ଆମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆଶେଷ ଜଣାଉଛୁ  । ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ, ଜିନ୍ଦଲ ଫାଉଣ୍ଡେସନ୍ ୨୦୧୫ ମସିହାରୁ ରଥଯାତ୍ରା ମହୋସôବ ସମୟରେ ଭକ୍ତମାନଙ୍କୁ ସେବା କରିଆସୁଛି  ।