ଜିନ୍ଦଲ ପକ୍ଷରୁ ଫୁଟବଲ୍ ତାଲିମ କେନ୍ଦ୍ର ଆରମ୍ଭ

 କଳିଙ୍ଗନଗର: ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସରେ ଜିନ୍ଦଲ୍ ଷ୍ଟେନଲେସ୍, କ୍ରୀଡାକ୍ଷେତ୍ରରେ ଯୁବ ପ୍ରତିଭାର ବିକାଶକୁ ସମର୍ଥନ କରି କର୍ପୋରେଟ୍ ସାମାଜିକ ଦାୟିତ୍ୱ ପ୍ରତି ଏହାର ପ୍ରତିବଦ୍ଧତା ଜାରି ରଖିଛି । କମ୍ପାନୀ ୯ ରୁ ୧୪ବର୍ଷ ବୟସର ପିଲାମାନଙ୍କୁ ଫୁଟବଲ୍ ତାଲିମ ପ୍ରଦାନ କରିବା ପାଇଁ ଏକ ପଦକ୍ଷେପ ଆରମ୍ଭ କରି ତାଲିମ ପାଇଁ ଆବଶ୍ୟକୀୟ ଉପକରଣ ଯୋଗାଇ ଦେଇଛି । ଏହି ଅବସରରେ ଚଳିତ ମାସ ୭ ତାରିଖ ରେ ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଂଚାୟତର ବେଣାପାଟିୟା, ୮ତାରିଖରେ ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ପଞ୍ଚାୟତର ଗରାମିଆ ଓ ରାଂସୋଳ ପଞ୍ଚାୟତର କାଳରଙ୍ଗିତା ଏବଂ ଭୁବନ ବ୍ଲକ ଅନ୍ତର୍ଗତ ମଳୁଆଗୋଡା ଗ୍ରାମର ୨୦ ଜଣ ଲେଖା ପିଲାଙ୍କୁ ଚୟନ କରି ଫୁଟବଲ ପ୍ରଶିକ୍ଷଣ ଦିଆଯାଉଛି । ଜେଏସ୍ଏଲ୍ ଦ୍ୱାରା ପରିଚାଳିତ ଏହି କୋଚିଂ ସେଣ୍ଟର ଗୁଡିକରେ ସ୍ଥାନୀୟ କିଶୋରଙ୍କୁ ଉଚ୍ଚମାନର କ୍ରୀଡା ତାଲିମ ପ୍ରଦାନ କରାଯାଉଛି । ଦିଲ୍ଲୀର ସୁଦେବା ଫୁଟବଲ୍ ଏକାଡେମୀର ଜଣେ ପ୍ରଶିକ୍ଷିତ ପ୍ରଶିକ୍ଷକ ଯୁବ ଖେଳାଳିଙ୍କ ପାଇଁ ପ୍ରଶିକ୍ଷଣ ଅଧିବେଶନ ପରିଚାଳନା କରୁଛନ୍ତି । ତାଲିମ ବ୍ୟତୀତ, ଜିନ୍ଦଲ୍ ଷ୍ଟେନଲେସ୍ ବଲ୍, ଜୋତା ଏବଂ ୟୁନିଫର୍ମ ସମେତ ଫୁଟବଲ୍ କିଟ୍ ଦାନ କରିଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ଦାସ, ସଞ୍ଜୟ ପରିଡା ଓ କନକାଳତା ସରଦାର ପାତ୍ର ପ୍ରଶିକ୍ଷାର୍ଥୀମାନଙ୍କୁ ଜର୍ସି, ଷ୍ଟଡ୍, ଫୁଟବଲ୍ ଏବଂ ଅନ୍ୟାନ୍ୟ ଖେଳ ସାମଗ୍ରୀ ବଂଟନ କରିବା ସମୟରେ, ଯୁବ ଖେଳାଳିମାନଙ୍କ ପାଇଁ ତାଙ୍କର ଆକାଂକ୍ଷା ପ୍ରକାଶ କରିଥିଲେ । ଆଶା କରିଥିଲେ ଯେ ଦିନେ ସେମାନେ ଫୁଟବଲ୍ ପ୍ରତିଯୋଗିତାରେ ଦେଶକୁ ପ୍ରତିନିଧିତ୍ୱ କରିବେ । କାର୍ଯ୍ୟକ୍ରମରେ ଯୋଗ ଦେଇ ସିଏସଆର ବିଭାଗର ମୁଖ୍ୟ ସୁକାନ୍ତ କୁମାର ରଥ ଜିନ୍ଦଲ୍ ଷ୍ଟେନଲେସ୍ରେଆମେ ଏହି ପିଲାମାନଙ୍କୁ ବୃତିଗତ ପ୍ରଶିକ୍ଷଣ ଏବଂ ଗୁଣାତ୍ମକ ତାଲିମ ପ୍ରଦାନ କରି ଯୁବ ମନକୁ ଗଠନ କରିବା ଏବଂ ଦଳଗତ କାର୍ଯ୍ୟ, ଶୃଙ୍ଖଳା ଏବଂ ଦୃଢ଼ତାକୁ ଉତ୍ସାହିତ କରିବା ପାଇଁ କ୍ରୀଡାର ଶକ୍ତିରେ ବିଶ୍ୱାସ କରୁ ବୋଲି ମତବ୍ୟକ୍ତ କରିଥିଲେ ।