ଅଘିରା ପୂର୍ଣ୍ଣମୀ ଉତ୍ସବ ପାଳନ

 ଆନନ୍ଦପୁର: ପବିତ୍ର ମାଘ ପୂର୍ଣ୍ଣିମୀ ଅବସରରେ ବଡଦାଣ୍ଡ ସମେତ ବିଭିନ୍ନ ସାହିରେ ଅଘିରା ପୂର୍ଣ୍ଣିମୀପାଳିତ ହୋଇଯାଇଛି । ୫ ନମ୍ବର ୱାର୍ଡରେ ହନୁମାନ ମନ୍ଦିର ସମ୍ମୁଖରେ ଆଘିରା ଉତ୍ସବ ପାଳନ କରାଯାଇଥିବା ବେଳେ, ୬ ନମ୍ବର ୱାର୍ଡରେ ଥାନା ସମୁଖରେ ପାଳନ କରାଯାଇଥିଲା । ସେହିପରି ୪ନମ୍ବର ୱାର୍ଡରେ ରଥ ସମୁଖରେ ପାଳନ କରାଯାଇଥିବା ବେଳେ, ୫ ନମ୍ବର ୱାର୍ଡରେ ଆନନେ୍ଦଶ୍ୱର ମନ୍ଦିର ସମ୍ମୁଖରେ ପାଳନ କରାଯାଇଥିଲା । ୬ ନମ୍ବର ୱାର୍ଡରେ ରାଜପୁତ ସାହିର ଯୁବ ଗୋଷ୍ଠି ଅଘିରା ଉତ୍ସବକୁ ବେଶ ଧୂମ୍ଧାମରେ ମନାଇଥିଲେ । ପୂଜକ ଗୌରଚନ୍ଦ୍ର ମିଶ୍ର ପୂଜାକାର୍ଯ୍ୟ ସମାପ୍ତ କରିବା ପରେ ବୃକ୍ଷ ମଧ୍ୟରେ ଖଞ୍ଜା ଯାଇଥିବା କୁଟାରେ ସମାଜସେବୀ ସତ୍ୟବ୍ରତ ରାମ ଅତିଥୀ ଭାବେ ଯୋଗ ଦେଇ ଅଗ୍ନୀ ସଂଯୋଗ କରିଥିଲେ । ଅଘି ଜଳିଲା ଶୀତ ଟଳିଲା କହି ଯୁବ ଗୋଷ୍ଠି ଶୀତକୁ ବିଦାୟ ଦେଇଥିଲେ । କାର୍ଯ୍ୟକ୍ରମରେ ଶୁକ୍ଲାମ୍ବର ସିଂ, ଚେମା ରାମ, ବିଷ୍ଣୁ ପ୍ରସାଦ ରାମ, ଦାଶରଥୀ ରାମ, ସଂଜୁ ସିଂ, ବାଙ୍କୁ ରାମ, ଚନ୍ଦା ରାମ, ମନୋଜ ରାମ, ବଟିଆ ରାମ, ପ୍ରଦୀପ ରାମ, ଟୁଟୁ ରାମ, ଆମରଜିତ ମହାପାତ୍ର, ମୁନା ସିଂଙ୍କ ପ୍ରମୁଖ ସାମିଲଥିଲେ ।