ଭୁବନେଶ୍ୱର ବିମାନ ବନ୍ଦରରୁ ଗଞ୍ଜେଇ ଜବତ 

ଭୁବନେଶ୍ୱର ବିମାନ ବନ୍ଦରରୁ ଗଞ୍ଜେଇ ଜବତ 

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ହାଇଡ୍ରୋପୋନିକ୍‌ ଗଞ୍ଜେଇ ଜବତ ହୋଇଛି । ବିମାନ ବନ୍ଦରରୁ ପ୍ର୍ରାୟ ୩.୯୩ କେଜିର ହାଇଡ୍ରୋପୋନିକ୍‌ ଗଞ୍ଜେଇ ଜବତ କରାଯାଇଛି । ବ୍ୟାଙ୍କକ୍‌ରୁ ଆସୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ୪ ପ୍ୟାକେଟ୍‌ ହାଇଡ୍ରୋପୋନିକ୍‌ ଗଞ୍ଜେଇ ମିଳିଛି । ତାଙ୍କ ବ୍ୟାଗରେ ଚକୋଲେଟ୍‌ ପ୍ୟାକେଟ୍‌ କାର୍ଡବୋର୍ଡରେ ହାଇଡ୍ରୋପୋନିକ୍‌ ଗଞ୍ଜେଇ ରହିଥିଲା । ବିଶେଷ ସୂଚନା ଆଧାରରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହାକୁ ଧରିବାରେ ସଫଳ ହୋଇଛି । ଜବତ ହାଇଡେ଼୍ରାପୋନିକ୍‌ର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି  ।