ଜିଲା ଲେଖିକା ସଂସଦର ଜଳଛତ୍ର କାର୍ଯ୍ୟକ୍ରମ
ବ୍ୟାସନଗର : ସ୍ଥାନୀୟ ଝାଟିଆସାହି ଗ୍ରାମ ସ୍ଥିତ ଶନିମନ୍ଦିର ପରିସରରେ ଜିଲ୍ଲା ଲେଖିକା ସଂସଦ ତରଫରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ମନ୍ଦିର ପରିସରରେ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା । ଲେଖିକା ସଂସଦ ତରଫରୁ ସମସ୍ତ ଭକ୍ତଜନ ମାନଙ୍କୁ ଦହି ସର୍ବତ ଓ ଥଣ୍ଡା ପାଣି ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଯୁବକ ସଂଘ ଓ ସଂସଦ ସଭାପତି ହିରଣ୍ମୟୀ ମହାନ୍ତି, ସମ୍ପାଦକା ବ୍ରଜେଶ୍ୱରୀ ସିଂ, ସନ୍ଧ୍ୟା ରାଣୀ ଘଡାଇ, ମଧୁସ୍ମିତା ନାୟକ, କଳ୍ପନା ପଣ୍ଡା, ପ୍ରମୋଦିନୀ ଦାସ, ମଞ୍ଜୁଲତା ନାୟକ, ମିରିନା ମହାନ୍ତି, ପ୍ରତିଭା ପାତ୍ର, ଅଶାନ୍ତି ସାମଲ, ବିଜୟଲକ୍ଷ୍ମୀ ମହାପାତ୍ର, ଡ.ପ୍ରଜ୍ଞା ପ୍ରବର୍ତିକା ଦାଶ, ଲବଙ୍ଗ ଲତା ପରିଡ଼ା, ଜୟନ୍ତୀ ଜେନା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।