ଯାତ୍ରାରେ ଜଗନ୍ନାଥଙ୍କୁ ଅପମାନ ଘଟଣା... ମୁହଁ ଖୋଲିଲେ ନାଟ୍ୟକାର ଓ ନିଦେ୍ର୍ଦଶକ 

ଯାତ୍ରାରେ ଜଗନ୍ନାଥଙ୍କୁ ଅପମାନ ଘଟଣା... ମୁହଁ ଖୋଲିଲେ ନାଟ୍ୟକାର ଓ ନିଦେ୍ର୍ଦଶକ 


ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର:  ଓଡିଆ ଯାତ୍ରାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନ କରାଯାଇଥିବା ଓ ଜଣେ କଳାକାର ଯାତ୍ରା ମଞ୍ଚରେ ଜଗନ୍ନାଥଙ୍କୁ ଯେଉଁ ଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ ତାକୁ ନେଇ ସାମାଜିକ ଗଣମାଧ୍ୟରେ ଏକ ଭିଡିଓ ଭାଇରାଲ ହେବା ପରେ ଦୀର୍ଘ ସପ୍ତାହେ ଧରି ଲାଗି ରହିଛି ବିବାଦ । 
ଅନେକ ଅନୁଷ୍ଠାନ, ଜଗନ୍ନାଥ ପ୍ରେମୀ ଏହାକୁ ନାପସନ୍ଦ କରୁଥିବା ବେଳେ ଏହି ଘଟଣାକୁ ନେଇ ଏବେ ମୁହଁ ଖୋଲିଛନ୍ତି ସେହି ନାଟକ ‘ବଡ ବେଦରଦି କଳା ସାଆନ୍ତ’ର ନାଟ୍ୟକାର ଡ.ଦୀପକ ଜେନା ଓ ନିଦେ୍ର୍ଦଶକ ଦୀନେଶ ଦାସ । ‘ସୂର୍ଯ୍ୟପ୍ରଭା’କୁ ସାକ୍ଷାତକାର ଦେଇ ଡ.ଜେନା କହିଛନ୍ତି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ୩୫ ସେକେଣ୍ଟର ଭିଡିଓ ଯଦି ଓଡିଶାବାସୀ ତଥା ଜଗନ୍ନାଥ ପ୍ରେମୀମାନଙ୍କୁ ଆଘାତ ଦେଉଛି ତେବେ ମୁଁ ବିନମ୍ରତାର ସହିତ କୋଟି ଓଡିଶାବାସୀ ତଥା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । କୁନ୍ତି ଏହି ୩୫ ସେକେଣ୍ଟ ଭିଡିଓକୁ ନଦେଖି ଥରେ ୪ଘଣ୍ଟା ୧୦ମିନିଟର ଏହି ନାଟକକୁ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଦେଖନ୍ତୁ । ଏହି  ନାଟକ ଜଗନ୍ନାଥ ସଂସ୍କୃତି ଓ ଭାବାବେଗକୁ ପ୍ରତି ଓଡିଆଙ୍କ ମନରେ ଚିର ଜାଗ୍ରତ କରି ରଖିବ । ସେହିପରି ନାଟ୍ୟ ନିଦେ୍ର୍ଦଶକ ଦୀନେଶ ଦାସ କହିଛନ୍ତି ନାଟକ ସମାଜର ପ୍ରତିଛବି । ନାଟକ ଭଲମନ୍ଦର ଯୁଦ୍ଧ ଦେଖାଏ । ଭଲକୁ ଜିତାଏ ଓ ମନ୍ଦକୁ ହରାଏ । ମନ୍ଦର ପରିଣାମ ଏଭଳି ଭାବେ ବୁଝାଇ ଦିଏ ଯେ ଅନ୍ୟ କେହି କେବେ ସେହିଭଳି ଭୂଲ କରିବାକୁ ସାହସ କରନ୍ତି ନାହିଁ । ବିବାଦ ଘେରକୁ ଆସିଥିବା ନାଟକ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ବାଲାଂଦେଶରେ ହୋଇଥିବା ଅତ୍ୟାଚାରର ଏକ ନିରବ ପ୍ରତିବାଦ । ଲୋକେ ଏହି ନାଟକ ସମ୍ପୂର୍ଣ୍ଣ ଦେଖିଲେ ସବୁ କଥା ସ୍ପଷ୍ଟ ହୋଇଯିବ । ଯଦି ଭାଇରାଲ ଭିଡିଓକୁ ନେଇ ଜଗନ୍ନାଥପ୍ରେମୀ ଦୁଃଖି ହୋଇଛନ୍ତି ତେବେ ସେ ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ ନାଟକ ଦେଖିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।