ମଧ୍ୟାହ୍ନଭୋଜନ ଚାଉଳ ହଡପ କରୁଛନ୍ତି ପ୍ରଧାନଶିକ୍ଷକ : ବିରୋଧ କଲେ ମହିଳାଙ୍କୁ ମାଡ଼, ଅଭିଯୋଗ ଥାଇ କାର୍ଯ୍ୟାନୁଷ୍ଠାନ ଶୂନ
ବିଞ୍ଝାରପୁର : ଦଶରଥପୁର ଶିକ୍ଷା ବିଭାଗ ଅଧିନରେ ଥିବା ନାଗ ପାଟଣା ନୋଡାଲ ବିଦ୍ୟାଳୟର ଶିକ୍ଷକ ଗୌତମ ମହାପାତ୍ରଙ୍କ ନାମରେ ମଙ୍ଗଳପୁର ଥାନାରେ ହୋଇଛି ମାମଲା । ଅଭିଯୋଗକାରିଣୀ ସସ୍ମିତା ମହାପାତ୍ରଙ୍କ ଅଭିଯୋଗକୁ ଭତ୍ତି କରି ମଙ୍ଗଳପୁର ପୁଲିସ ସଙ୍ଗୀନ ଦଫା ଲଗାଇ ଶିକ୍ଷକ ଗୌତମ ମହାପାତ୍ର ନାମରେ ମାମଲା ରୁଜୁ କରିଛି । ମାମଲାରୁ ପ୍ରକାଶ ଥାଉକି ନାଗପାଟଣା ନୋଡାଲ ବିଦ୍ୟାଳୟର ଶିକ୍ଷକ ଗୌତମ ମହାପାତ୍ର ବିଦ୍ୟାଳୟକୁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ ନିଜ ଘରକୁ ବୋହି ଆଣି ରଖି ନିଜ ଘର ଖର୍ଚ୍ଚରେ ଲଗାଇଥାଆନ୍ତି । ପ୍ରତିମାସ ୫/୬ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଅଟୋରେ ଘରକୁ ଆଣିଥିବା ବେଳେ ପଡୋଶୀ ଭାଇ ବୋହୁ ସସ୍ମିତା ଏହାକୁ ଦେଖିବା ସହ ନିଜ ମୋବାଇଲରେ ଫଟୋ ଉଠାଇଥିଲେ । ଯାହାକୁ ନେଇ ଗୌତମଙ୍କ ନଜରରେ ପଡ଼ିଥିଲା । ନିଜର ଚୋରି ଧରା ପଡ଼ିଯିବା ଭୟରେ ସସ୍ମିତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଚୁଟି ଘୋଷାଡି ମାଡ଼ ମାରିଥିବାର ଅଭିଯୋଗ ତା୨୦ା୮ା୨୫ରେ ମଙ୍ଗଳପୁର ଥାନାରେ କରିବା ସହ ଥାନା କେଶ ନମ୍ବର-୦୨୨୯/୨୫ରେ ଗୌତମ ମହାପାତ୍ରଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ଏହାପରେ ଅଭିଯୋଗ କାରଣୀ ସସ୍ମିତା ତା୧୮ା୭ା୨୦୨୫ରେ ଉପ ଜିଲ୍ଲାପାଳ, ତା୧୯ା୭ା୨୫ରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ତା ୪ା୮ା୨୫ରେ ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ୍ ଜିଲ୍ଲାପାଳ ହୁଅନ୍ତୁ ଅବା ଜିଲ୍ଲା ଶିକ୍ଷାଧିକାରୀଙ୍କ କର୍ଯ୍ୟନୁଷ୍ଠାନ ଶୁନ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମାଧ୍ୟହ୍ନ ଭୋଜନ ଚାଉଳରୁ ବସ୍ତା ବସ୍ତା ଚାଉଳ ହଡ଼ପ କରିଥିବା ଶିକ୍ଷକଙ୍କୁ ଜିଲା ପ୍ରଶାସନ ଓ ଶିକ୍ଷା ଅଧିକାରୀଙ୍କ ଏଭଳି ଅନୁକମ୍ପାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ଅପରପକ୍ଷରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଚୁଟି ଘୋଷାଡି ମାଡ଼ ମାରିଥିବା ଓ ମଧ୍ୟାହ୍ନ ଭୋଜନ୍ ଚାଉଳ ହଡପକାରୀ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ସସ୍ମିତା ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି । ତେବେ ଏସମ୍ପର୍କରେ ଗୌତମ ମହାପାତ୍ରଙ୍କୁ ପଚାରିବାରୁ ଏସମ୍ପର୍କରେ କିଛି ବିବୃତ୍ତି ଦେଇ ପାରିବେନି ବୋଲି କହିଛନ୍ତି ।