ଜିଲ୍ଲା ଖଣିଜ ପାଣ୍ଠିକୁ ସ୍ୱାହା କରିଗଲେ ଠିକାଦାର !
କାଳିଆପାଣି :ସୁକିନ୍ଦା ବ୍ଲକ ରାଁଷୋଳ ପଂଚାୟତ ଅନ୍ତର୍ଗତ କଲରଙ୍ଗୀ ଅତା ଠାରୁ ବରଗଜି ଗାଁ ରାସ୍ତାଟି ଏବେ ଅତି ଶୋଚନୀୟ ଅବସ୍ଥାରେ । କଂକ୍ରିଟ ରାସ୍ତାଟି ଫାଟି ଗେଟିପଥର ବାହାରକୁ ଦିଶିଲାଣି । ଜାଗା ଜାଗାରେ ଖାଲ ହୋଇ ଆଣ୍ଠୁଏ ପାଣି ରହିଥିବାର ଦେଖିବାକୁ ମିଳିଛି । ମାତ୍ର ୧୯ ମାସ ପୂର୍ବରୁ ଅର୍ଥାତ ତା୨୬ା୧୧ା ୨୦୨୩ ମସିହାରେ କାର୍ଯ୍ୟ ଆରମ୍ଭ କରାଯାଇ ଥିବା ଉକ୍ତ ରାସ୍ତା କାମଟି ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରୁ ୯ ଲକ୍ଷ ଟଙ୍କାରେ ପଂଚାୟତ ସମିତି ସୁକିନ୍ଦା ଅଧିନରେ ନିର୍ମାଣ କରାଯାଇଥିଲା । ମାତ୍ର ଦୁଃଖର ବିଷୟ ଉକ୍ତ ରାସ୍ତା ନିର୍ମାଣରେ ଭୀଷଣ ମାତ୍ରାରେ ଦୁର୍ନୀତି ହୋଇଥିବାର ସ୍ପଷ୍ଟ ଦେଖାଯାଉଛି । ନିମ୍ନ ମାନର ରାସ୍ତାକାମ ଯୋଗୁଁ ମାତ୍ର କିଛି ମାସ ମଧ୍ୟରେ ଏହା ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି । ବିଭାଗୀୟ ଅଧିକାରୀ ଏବଂ ତାଙ୍କ ଦ୍ୱାରା ନିୟୋଜିତ ଠିକାଦାର ମିଳିମିଶି ଜିଲ୍ଲା ଖଣିଜ ପାଣ୍ଠିକୁ ଦୁରୂପଯୋଗ କରିଥିବାର ଅଭିଯୋଗ ହେଉଛି । ବରଗଜି ଗାଁଟିରେ କେବଳ ଆଦିବାସୀ ଶ୍ରେଣୀର ଲୋକମାନେ ବାସ କରନ୍ତି । ଏହି ଗାଁସ୍କୁଲରେ ପ୍ରାୟ ଆଦିବାସୀ ପିଲାମାନେ ପାଠ ପଢ଼ନ୍ତି ଏବଂ ନିକଟରେ ଥିବା କଳରଙ୍ଗୀ ଅତାର କିଛିପିଲା ସେହି ରାସ୍ତାଦେଇ ସ୍କୁଲ ଯିବାଆସିବା କରିଥାନ୍ତି । ଯାହା ଫଳରେ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣମାନ ଘଟିଥାଏ ।