ଜିଲ୍ଲା ନୋଟାରୀ ସଂଘ ଗଠିତ

 ନବରଙ୍ଗପୁର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଜିଲ୍ଲାର ସମସ୍ତ ନୋଟାରୀଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ସଂଘ ଗଠନ କରାଯାଇଛି । ଜିଲ୍ଲାର ପ୍ରଥମ ନୋଟାରୀ ତଥା ଆଇନଜୀବୀ ଦିଲ୍ଲୀପ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜିଲ୍ଲାର ସମସ୍ତ ଅଞ୍ଚଳର ସଦସ୍ୟ ମାନେ ବିଭିନ୍ନ ସମସ୍ୟା ଓ ସଂଘ ଜରିଆରେ ସେଗୁଡ଼ିକ କିଭଳି ଭାବେ ପ୍ରତିକାର କରାଯିବ ସେ ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାର ସମସ୍ତ ଅଞ୍ଚଳର ପ୍ରତିନିଧିତ୍ୱକୁ ଦୃଷ୍ଟିରେ ରଖି କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଦିଲ୍ଲୀପ ବେହେରା, ସମ୍ପାଦକ ଭାବେ ରାମ ପ୍ରସାଦ ପାତ୍ର, ଉପ-ସଭାପତି ଭାବେ ଶାନ୍ତନୁ ବାହିନୀପତି (ଉମରକୋଟ), ଦିବ୍ୟ ରଞ୍ଜନ ପାତ୍ର (ଡାବୁଗାଁ) ଓ ଖଲିଦ ଜିଲାନି (ଉମରକୋଟ), ଯୁଗ୍ମ ସମ୍ପାଦକ ଭାବେ ଅଶୋକ ପାଢ଼ୀ (ଉମରକୋଟ), ଅନୁପମା ଗନ୍ତାୟତ (ନବରଙ୍ଗପୁର) ଓ ରବୀନ୍ଦ୍ର ଜଗନ୍ନାଥ ନାୟକ (ତେନ୍ତୁଳିଖୁଣ୍ଟି), କୋଷାଧ୍ୟକ୍ଷ ଭାବେ ସନ୍ତୋଷ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁବାଷ ଚନ୍ଦ୍ର ପାଳ (ନବରଙ୍ଗପୁର) ଓ ରାଜେନ୍ଦ୍ର ସାହୁ, (ରାଇଘର) ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଉପଦେଷ୍ଟା କମିଟିର ସଦସ୍ୟ ଭାବେ ଗୋଦାବରୀ ଚନ୍ଦ୍ର ମହାପାତ୍ର (ଡାବୁଗାଁ), ଉମା ଶଙ୍କର ତ୍ରିପାଠୀ (ନବରଙ୍ଗପୁର), ସ୍ୱାଧୀନ ପଟ୍ଟନାୟକ (ପାପଡାହାଣ୍ଡି), କେ. ଚନ୍ଦ୍ର ଶେଖର ରେଡ୍ଡୀ (ନବରଙ୍ଗପୁର), ଝାଡ଼େଶ୍ୱର ମହାନ୍ତି (ଉମରକୋଟ), ତପନ ଦେବନାଥ (ଉମରକୋଟ) ଓ କୁଞ୍ଜ ବିହାରୀ ଦାଶ (କୋଷାଗୁମୁଡା) ଙ୍କୁ ମନୋନୀତ କରାଯାଇଥିଲା ।