ବିନା ସୂଚନା ଫଳକରେ କଲଭର୍ଟ କାମ

ନବରଙ୍ଗପୁର : ବିନା ସୂଚନା ଫଳକରେ କାମ ସମ୍ପୂର୍ଣ୍ଣ ଦୁଇଟି ବିଭାଗ ଓ ପଞ୍ଚାୟତ କାର୍ଯ୍ୟାଳୟରେ କୌଣସି ସୂଚନା ନାହିଁ  । ଜିଲା ପରିଷଦ ପାଣ୍ଠିରୁ କାର୍ଯ୍ୟ ହୋଇଥିବା କୁହାଯାଉଥିବାବେଳେ ଯନ୍ତ୍ରୀ ମାନେ ମଧ୍ୟ ଜାଣିନଥିବା କହୁଛନ୍ତି । ଏହି ଭଳି ଏକ ଦୃଶ୍ୟ ନବରଙ୍ଗପୁର ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଦେଓଳା ରାସ୍ତାରେ ଦେଖିବାକୁ ମିଳିଛି । କଲଭର୍ଟ ନିର୍ମାଣ ହୋଇସାରିଛି  । ଏଠାରେ ଫଳକ ନାହିଁ । ଯଦି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ଜାଣନ୍ତି ନାହିଁ, ପ୍ରଶାସନ ଓ ସରକାର କିଏ ଏହି କାର୍ଯ୍ୟ କରିଛନ୍ତି ଖୋଜିବାକୁ ପଡିବ ବୋଲି ଲୋକେ ଦାବି କରିଛନ୍ତି  । ନବରଙ୍ଗପୁର, ବ୍ଲକ ଓଡ଼ିଶା ବିଦ୍ୟାଳୟ ନିକଟରୁ ଦେଓଳା ଯିବା ରାସ୍ତାକୁ ମାଟି ମୁରମ ରାସ୍ତାଟିଏ ରହିଛି  । ଏହି ତିଆରି ହୋଇଥିବା କଲଭର୍ଟ । ମଧ୍ୟ ଭାଗରେ ଏକ କଲଭର୍ଟ ରହିଥିଲା । ଭରିଯାନ ଯିବା ଆସିବା କରିବାରୁ ତାହା ଭାଙ୍ଗି ଯାଇଥିଲା । ଉକ୍ତ ଭଙ୍ଗା କଲଭଟ ଉପରେ ସ୍ଲାବ ପକାଇ ଚାରିଆଡେ କିଛି ମରାମତି କରାଯାଇଛି । ତେବେ କେଉଁ ବିଭାଗ ପକ୍ଷରୁ ଏହା କରାଯାଇଛି ତାହା ଜଣାପଡୁନି । ଭିତିରିଆ କିଛି କାମ କରି ଜଣାପଡୁନି । ଭିତିରିଆ କିଛି କାମ କରି ପୁରୁଣା କଲଭର୍ଟକୁ ନୂଆରୂପ ଦିଆଯାଇ ପୁରୁଣା କଲଭର୍ଟକୁ ନୂଆରୂପ ଦିଆଯାଇ ବିଲ୍ କରାଯିବାକୁ କୌଣସି ବିଭାଗ କିମ୍ବା ଠିକାଦାର ମସୁଧା କରୁଥିବା ଲୋକେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି । ନବରଙ୍ଗପୁର ବ୍ଲକ ଭତରା ସିୟୁନି ପଞ୍ଚାୟତ ଓ ବିକ୍ରମପୁର ପଞ୍ଚାୟତ ସୀମାରେ ଏହି ରାସ୍ତା ରହିଛି । ବିକ୍ରମପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ହରେକୃଷ୍ଣ ବିଶୋଇ ଏହି କାର୍ଯ୍ୟ ପଞ୍ଚାୟତ ପକ୍ଷରୁ କରାଯାଇ ନାହିଁ ବୋଲି କହିଛନ୍ତି । ବ୍ଳକ ଓ ଆଇଟିଡିଏ କହୁଛନ୍ତି ଆମେ କରିନାହୁଁ ଉକ୍ତ ରାସ୍ତା ଗ୍ରାମ୍ୟ ନିର୍ମାଣ ବିଭାଜନର ନୁହେଁ କନିଷ୍ଠ ଯନ୍ତ୍ରୀ ତପନ ସିଂ ଏହିଭଳି କିଛି କାମ କରାଯାଇନାହିଁ । ଯଦି କିଛି କାମ ହୋଇଥାନ୍ତା ତେବେ ସେ ନିଶ୍ଚୟ ଭାବେ ଜାଣିଥାନ୍ତେ ବୋଲି କହିଛନ୍ତି । ବ୍ଲକ ପକ୍ଷରୁ କରାଯାଇଥାଇପାରେ ବୋଲି କହିଛନ୍ତି । ତେଣୁ ଏ ଏନେଇ ବିଡିଓ ସୁନୀଲ ଖୋରାଙ୍କୁ ପଚରିବାରୁ ବ୍ଳକ ପକ୍ଷରୁ ସେହିଭଳି କିଛି କାମ ହୋଇନାହିଁ ବୋଲି କହିଛନ୍ତି  । ବ୍ଳକ ସହକାରୀ ଯନ୍ତ୍ରୀ ସୂର୍ଯ୍ୟ ବେହେରାଙ୍କୁ ପଚାରିବାରୁ ଏହି କାମ ଆଇଟିଡିଏର ହୋଇଥାଇପାରେ ବୋଲି କହିଛନ୍ତି । ବ୍ଲକ ତରଫରୁ ସେହିଭଳି କୌଣସି ପ୍ରକଳ୍ପ ଅନୁମୋଦନ ହୋଇ ନ ଥିବା କହିଛନ୍ତି । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଏହି କାମ ହୋଇନାହିଁ ବୋଲି ଯିଏ ଆଇଟିଡିଏ ରାଜୀବ କୁମାର ସାହୁ କହିଛନ୍ତି । ୨ ବିଭାଗ କଲଭର୍ଟ କାର୍ଯ୍ୟ କରି ନ ଥିବା କହୁଥିବା ବେଳେ ଉକ୍ତ ରାସ୍ତା ଗ୍ରାମ୍ୟ ନିର୍ମାଣ ବିଭାଜନର ମଧ୍ୟ ନୁହେଁ ତେବେ ବିନା ସୂଚନା ଫଳକରେ ହୋଇଥିବା କଲଭର୍ଟ ନିର୍ମାଣ କିଏ କରିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହିଭଳି ବେଆଇନ କାର୍ଯ୍ୟ କିଭଳି ଚାଲିଛି ତାହା ଜିଲା ପ୍ରଶାସନ ତଦନ୍ତ କରନ୍ତୁ ବୋଲି ଦାବି ହୋଇଛି । ତେବେ ଏହି ଭୂତ ବିଭାଗ ଟି କାହାର ସାଧାରଣରେ ଚର୍ଚ୍ଚା ହେଉଛି ।