ଜିଲ୍ଲା ପରିଚାଳନା ସମିତି କାର୍ଯ୍ୟକର୍ତ୍ତା ବୈଠକ
ତାଳଚେର: ତାଳଚେର ବ୍ଲକ ବଡ଼ଯୋରଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ପରିଚାଳନା ସମିତି କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମଗ୍ର ଅନୁଗୋଳ ଜିଲ୍ଲାର ୨୯ଟି ଶିଶୁମନ୍ଦିରର ୧୫୦ରୁ ଊଦ୍ଧ୍ୱର୍ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ମଧ୍ୟ ସମ୍ଭାଗ ସଂଯୋଜକ ମଧୁସୂଦନ ବାରିକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ଭାଗ ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବରେ ପୂର୍ବକ୍ଷେତ୍ରର ସହ ସଂଗଠନ ମନ୍ତ୍ରୀ ହେମନ୍ତ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ମଧ୍ୟସମ୍ଭାଗ ସମ୍ପାଦକ ସନ୍ତୋଷ କୁମାର ପୃଷ୍ଟି, ଅନୁଗୋଳ ଜିଲ୍ଲା ପ୍ରମୁଖ ପ୍ରତାପ କୁମାର ଦେହୁରୀ ଓ ସ୍ଥାନୀୟ ବିଦ୍ୟାଳୟର ସଭାପତି ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗୌରଚନ୍ଦ୍ର ନନ୍ଦ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରମୁଖ ପ୍ରତାପ କୁମାର ଦେହୁରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଅଭିହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଗୋଳ ଜିଲ୍ଲା ନିରୀକ୍ଷକ ବିରଞ୍ଚô ନାରାୟଣ ମହାପାତ୍ର ପରିଚାଳନା କରିଥିବା ବେଳେ ବଡ଼ଯୋରଡ଼ା ଶିଶୁମନ୍ଦିରର ସଂପାଦକ ଗଗନ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମ୍ଭାଗ କାର୍ଯ୍ୟାଳୟ ପ୍ରମୁଖ ଚିନ୍ମୟ କୁମାର ପାଳ, ସମ୍ଭାଗ କାର୍ଯ୍ୟାଳୟ ସହାୟକ ଋଷଭ କୁମାର ସାହୁଙ୍କ ସମେତ ବଡ଼ଯୋରଡ଼ା ଶିଶୁମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ସହଯୋଗ କରିଥିଲେ ।